ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲୋକସଭାରେ ରାହୁଲ ଗାନ୍ଧି ଦେଇଥିବା ବୟାନକୁ ବିଜେପି ହିନ୍ଦୁ ବିରୋଧ କହି ତାଙ୍କୁ ସମାଲୋଚନା କରିଛି। ଏହାକୁ ନେଇ ବିବାଦ ଚାଲିଥିବା ବେଳେ ରାହୁଲ ଗାନ୍ଧିଙ୍କ ସମର୍ଥନରେ ବାହାରିଛନ୍ତି ଜ୍ୟୋତିଷ ପୀଠର ୪୬ତମ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ। ସେ ରାହୁଲ ଗାନ୍ଧିଙ୍କୁ ଖୋଲାଖୋଲି ଭାବେ ସମର୍ଥନ କରିଛନ୍ତି। ରାହୁଲ ଗାନ୍ଧି ପୂରା ହିନ୍ଦୁ ସଂପ୍ରଦାୟକୁ ହିଂସ୍ର ବୋଲି ଅଭିଯୋଗ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାକୁ ନେଇ ଦୁଇ ଦଳ ମଧ୍ୟରେ ସଂସଦ ଭିତରେ ଓ ବାହାରେ ବାକଯୁଦ୍ଧ ଦେଖିବାକୁ ମିଳିଥିଲା। କିନ୍ତୁ ହିନ୍ଦୁ ସମାଜର ଛବି ଭାବେ ଉଭା ହେଉଥିବା ଶଙ୍କରାଚାର୍ଯ୍ୟ ଅଲଗା ଦିଗରେ ଏହାକୁ ବିଚାର କରିଛନ୍ତି। ସେ କହିଛନ୍ତି, “ଆମେ ବେଶ ଯତ୍ନର ସହ ରାହୁଲ ଗାନ୍ଧିଙ୍କ ପୂରା ଭାଷଣକୁ ଶୁଣିଥିଲୁ। ସେ ସ୍ପଷ୍ଟ ଭାବେ ବେଶ ଜୋର ଦେଇ କହିଥିଲେ ଯେ ହିନ୍ଦୁ ଧର୍ମ ହିଂସା ଓ ଘୃଣାକୁ ପ୍ରତ୍ୟାଖ୍ୟାନ କରିଛି। ହିନ୍ଦୁ ଧର୍ମରେ ହିଂସାର କୌଣସି ସ୍ଥାନ ନଥିବା ସେ ସ୍ପଷ୍ଟ ଭାବେ କହିଥିଲେ। ତଥାପି ତାଙ୍କ ବିରୋଧରେ ହିନ୍ଦୁ ଧର୍ମ ବିରୋଧରେ ମତ ରଖିଥିବା ଅଭିଯୋଗ ଆଣିବା ଠିକ ନୁହେଁ। ସୋଶାଲ ମିଡିଆରେ ତାଙ୍କ ବୟାନର ଭିଡିଓକୁ କାଣ୍ଟଛାଣ୍ଟ କରି ଭାଇରାଲ କରାଯାଉଛି। ନିର୍ଦ୍ଦିଷ୍ଟ ବୟାନ ଉପରେ ଫୋକସ କରାଯାଉଛି। ତଥ୍ୟକୁ ଯେଉଁମାନେ ବିଭ୍ରାନ୍ତ କରୁଛନ୍ତି, ସେମାନଙ୍କୁ ଉତ୍ତରଦାୟୀ କରାଯାଉ। ରାହୁଲ ଗାନ୍ଧିଙ୍କ ବୟାନର ଭାଷଣର ଛୋଟ ଛୋଟ ଅଂଶକୁ ଭାଇରାଲ କରାଯାଇ କେବଳ ବିଭ୍ରାନ୍ତ କରିବାକୁ ଚେଷ୍ଟା କରାଯାଉଛି। ଏପରି ଲୋକଙ୍କୁ ଦଣ୍ଡ ମିଳିବା ଦରକାର।”
More Stories
ଗଣମାଧ୍ୟମ ଚ୍ୟାନେଲ କୁ ସରକାରଙ୍କର ୯ ନିର୍ଦ୍ଦେଶ…..
ଆକ୍ରମଣର ତଦନ୍ତ ପାଇଁ ଆମେ ରାଜି:ପାକିସ୍ତାନ…..
ଇରାନରେ ବଡ଼ ଧରଣର ବିସ୍ଫୋରଣ,୪୦୦ରୁ ଊର୍ଦ୍ଧ୍ବ ଆହତ…..