ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଫ୍ରାନ୍ସ ସଂସଦୀୟ ନିର୍ବାଚନରେ ବାମପନ୍ଥୀ ମେଣ୍ଟ ସର୍ବାଧିକ ଆସନରେ ବିଜୟୀ ହୋଇଥିବାବେଳେ କଠୋର ଦକ୍ଷିଣପନ୍ଥୀ ଦଳଗୁଡ଼ିକ ପଛେଇ ଯାଇଛନ୍ତି । କିନ୍ତୁ କୌଣସି ମେଣ୍ଟକୁ ସ୍ପଷ୍ଟ ବହୁମତ ମିଳିପାରିନାହିଁ । ଏହା ଫଳରେ ଦେଶରେ ରାଜନୈତିକ ସଙ୍କଟ ଘନୀଭୂତ ହେବା ସହ ଦେଶରେ ଝୁଲା ସଂସଦ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଫ୍ରାନ୍ସର ରାଜନୈତିକ ଅସ୍ଥିରତା ଦେଶର ଅର୍ଥନୀତିକୁ ପ୍ରଭାବିତ କରିପାରେ ଏବଂ ୟୁକ୍ରେନ ଯୁଦ୍ଧ, ବିଶ୍ୱ କୂଟନୀତି ଏବଂ ୟୁରୋପର ଅର୍ଥନୈତିକ ସ୍ଥିରତା ଉପରେ ସୁଦୂରପ୍ରସାରୀ ପ୍ରଭାବ ପକାଇପାରେ ବୋଲି ବିଶେଷଜ୍ଞମାନେ କହୁଛନ୍ତି ।ପ୍ରକାଶିତ ସରକାରୀ ଫଳାଫଳ ଅନୁଯାୟୀ, ୫୭୭ ସଦସ୍ୟ ବିଶିଷ୍ଟ ନ୍ୟାସନାଲ୍ ଆସେମ୍ବ୍ଲିରେ ସଂଖ୍ୟାଗରିଷ୍ଠତା ପାଇଁ ଆବଶ୍ୟକ ୨୮୯ ଆସନ ତିନି ପ୍ରମୁଖ ମେଣ୍ଟ ମଧ୍ୟରୁ କେହିବି ହାସଲ କରିପାରିନାହାନ୍ତି । ଫଳାଫଳ ଅନୁଯାୟୀ ବାମପନ୍ଥୀ ମେଣ୍ଟ ‘ନ୍ୟୁ ପପୁଲାର ଫ୍ରଣ୍ଟ’ ୧୮୦ରୁ ଅଧିକ ଆସନ ସହ ଶୀର୍ଷରେ ଥିବା ବେଳେ ମାକ୍ରୋନଙ୍କ ନେତୃତ୍ୱାଧୀନ କେନ୍ଦ୍ରୀୟ ମେଣ୍ଟ ୧୬୦ରୁ ଅଧିକ ଆସନ ସହ ଦ୍ବିତୀୟ ସ୍ଥାନରେ ରହିଛି। ମେରିନ୍ ଲି ପେନଙ୍କ ନେତୃତ୍ବାଧୀନ କଠୋର ଦକ୍ଷିଣପନ୍ଥୀ ଜାତୀୟ ରାଲି ଏବଂ ଏହାର ସହଯୋଗୀ ଦଳମାନେ ୧୪୦ରୁ ଅଧିକ ଆସନ ଜିତି ତୃତୀୟ ସ୍ଥାନରେ ରହିଛନ୍ତି ।
More Stories
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..
ଫାସ୍ଟ୍ୟାଗ୍ ନ ଲଗାଇଲେ ହେବେ କଳାତାଲିକାଭୁକ୍ତ….
ୟୁକ୍ରେନ ଉପରେ ରୁଷର ୭୦୦ ଡ୍ରୋନ ମାଡ଼…..