ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଯୋଗୀଙ୍କ କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି ସ୍ୱାମୀ ପ୍ରସାଦ ମୌର୍ଯ୍ୟ । ଏହା ପରେ ସେ ସମାଜବାଦୀ ପାଟିରେ ସାମିଲ ହୋଇଛନ୍ତି । ସ୍ୱାମୀ ପ୍ରସାଦ ମୌର୍ଯ୍ୟ ବିଜେପି ପୂର୍ବରୁ ବହୁଜନ ସମାଜ ପାଟିରେ ଥିଲେ । ତାଙ୍କୁ ବିଏସପି ସୁପ୍ରିମୋ ମାୟାବତୀଙ୍କ ଡାହାଣ ହାତ ବୋଲି କୁହାଯାଉଥିଲା । ତେବେ ଟ୍ୱିଟ୍ ଜରିଆରେ ଇସ୍ତଫାକୁ ନେଇ ସୂଚନା ଦେଇଛନ୍ତି ସ୍ୱାମୀ ପ୍ରସାଦ। ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ, ‘ଦଳିତ, ପଛୁଆ, କୃଷକ, ବେକାର ଯୁବକ ଓ କ୍ଷୁଦ୍ର ଚାଷୀ ଓ ମଧ୍ୟମ ବ୍ୟବସାୟୀଙ୍କ ପ୍ରତି ଘୋର ଅବହେଳିତ ମନୋଭାବ ହେତୁ ମୁଁ ଉତ୍ତରପ୍ରଦେଶର ଯୋଗୀ କ୍ୟାବିନେଟରୁ ଇସ୍ତଫା ଦେଉଛି ।’






More Stories
୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା:ଓଡ଼ିଶାର ଏହି ନେତାଙ୍କୁ ମିଳିଲା….
ପ୍ରତି ଆମେରିକୀୟଙ୍କୁ ମିଳିବ ୪.୭୬ ଲକ୍ଷ ଟଙ୍କା!…..
ରାହୁଲ ଗାନ୍ଧୀ ଭିିଭିଆଇପି ନୁହନ୍ତି, ଆମ ସାମନାରେ ସବୁ ମାମଲା ସମାନ……