ରିପୋର୍ଟ କାର୍ଡ / କୋରାପୁଟ
ସ୍ୱାମୀଙ୍କ ସାମାନ୍ୟ ଝଗଡ଼ାରୁ ନଦୀକୁ ଡେଇଁଲେ ସ୍ତ୍ରୀ | ଏଭଳି ଘଟଣା ଘଟିଛି କୋରାପୁଟ ଚମ୍ପାପୁଟ ପୋଲ ନିକଟ ଜଲାପୁଟ ଜଳଭଣ୍ଡାରରେ। ସ୍ୱାମୀଙ୍କ ସାମ୍ନାରେ ଜଲାପୁଟ ଜଳ ଭଣ୍ଡାରକୁ ଡେଇଁ ପଡ଼ିଲେ ସ୍ତ୍ରୀ । ଦଶହରା ପୂଜା ସାରି ଫେରୁଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଛି । ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ କଳହ ପରେ ଜଳ ଭଣ୍ଡାରକୁ ସ୍ତ୍ରୀ ଡେଇଁ ପଡ଼ିଥିବା ସୂଚନା ମିଳିଛି। ମହିଳାଙ୍କୁ ପାଡ଼ୁଆ ପୋଲିସ ଓ ନନ୍ଦପୁର ଅଗ୍ନିଶମ ବାହିନୀ ଖୋଜୋଖାଜି କରୁଛନ୍ତି । କୁକୁଡାପକ୍ଷୀ ଗାଁର ପଦ୍ମାଖରା ଓ ତାଙ୍କ ସ୍ୱାମୀ ପୂର୍ଣ୍ଣ ଖରା ଦଶହରା ପୂଜା ସାରି ପୂଜାରିଗୁଡ଼ ଘରକୁ ଫେରୁଥିଲେ । ସେହି ସମୟରେ ଦମ୍ପତିଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ପଦ୍ମାଖରା ଜଳଭଣ୍ଡାରକୁ ଡେଇଁ ପଡ଼ିଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି ।
More Stories
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….
ବବି ଦାସ ଭାଇଙ୍କ ନାଁରେ ଏତଲା….
ଗୋଟିଏ ମୋବାଇଲ୍ ନମ୍ବରରେ ଏକାଧିକ ଆକାଉଣ୍ଟ ଥିଲେ ଆସିବନି ଟଙ୍କା…..