Report Card Odisha

| Daily Odia News

ପାକିସ୍ତାନ ଠାରୁ ପ୍ରତିଶୋଧ ନେଲା ଭାରତ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆନ୍ତର୍ଜାତିକ ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ପାକିସ୍ତାନ ଠାରୁ ପ୍ରତିଶୋଧ ନେଇଛି ଭାରତ | ଟି-୨୦ ବିଶ୍ୱକପ ୨୦୨୨ର ପ୍ରଥମ ମ୍ୟାଚରେ ପାକିସ୍ତାନ ଉପରେ ଏକ ରୋମାଞ୍ଚକ ବିଜୟ ହାସଲ କରିଛି ଭାରତ | କୋହଲି ସର୍ବାଧିକ ରନ୍‌ ସ୍କୋରର୍‌ ହୋଇ ପାରିଛନ୍ତି। ରନ୍‌ର ପିଛା କରିବାରେ ବିଶ୍ବର ଶ୍ରେଷ୍ଠ ଟ୍ବେଣ୍ଟି୨୦ ବ୍ୟାଟ୍‌ସମ୍ୟାନ୍ କୋହଲି ରବିବାର ଅଷ୍ଟ୍ରେଲିଆ ମେଲ୍‌ବୋର୍ଣ୍ଣରେ ଚିର ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ଅପରାଜିତ ୮୨ ରନ୍‌ର ଇନିଂସ ଖେଳିଥିଲେ। ଚଳିତ ଟି୨୦ ବିଶ୍ବକପ୍‌ର ଏହି ସୁପର-୧୨ ମ୍ୟାଚ୍‌ରେ କୋହଲି ୫୩ ବଲ୍‌ରୁ ୪ଟି ଛକା ଓ ୬ଟି ଚୌକା ସହ ୮୨ ରନ୍‌କରି ଅପରାଜିତ ରହି ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ। ଏହି ଇନିଂସ ବଳରେ କୋହଲି ଆନ୍ତର୍ଜାତିକ ଟ୍ବେଣ୍ଟି୨୦ରେ ସର୍ବାଧିକ ସ୍କୋରର୍‌ ହୋଇ ପାରିଛନ୍ତି। କୋହଲି ୧୧୦ତମ ଆନ୍ତର୍ଜାତିକ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ୧୦୨ଟି ଇନିଂସରୁ ବିଶ୍ବରେ ସର୍ବାଧିକ ୩୭୯୪ ରନ୍‌ ସ୍କୋର୍‌ କରିଛନ୍ତି।

Breaking News