Report Card Odisha

| Daily Odia News

ପ୍ରଧାନମନ୍ତ୍ରୀଙ୍କୁ ଟି-୨୦ ବିଶ୍ୱକପ ଟ୍ରଫି ଧରାଇଲେ ଖେଳାଳି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତୀୟ କ୍ରିକେଟ୍ ଦଳ ଟି-୨୦ ବିଶ୍ୱକପ ଜିତିବା ପରେ ଦେଶକୁ ଫେରିଛନ୍ତି। ଆଜି ଟିମ୍ ଇଣ୍ଡିଆ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିଥିଲା। ସମଗ୍ର ଦେଶ ଚାମ୍ପିଅନମାନଙ୍କୁ ଜୋରଦାର୍ ସ୍ୱାଗତ କରିଛି। ଏହାପରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଟିମ୍ ଇଣ୍ଡିଆ ବସ୍‌ରେ ଆଇଟିସି ମୌର୍ଯ୍ୟ ହୋଟେଲରେ ପହଞ୍ଚିଥିଲେ। ସେଠାରେ ପହଞ୍ଚିବା ପରେ ଭାରତୀୟ ଦଳର ଖେଳାଳି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‌ଭେଟିବାକୁ ଆସିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦଳର ପ୍ରତ୍ୟେକ ସଦସ୍ୟଙ୍କ ସହ କଥା ହୋଇଥିଲେ। ଏହି ସମୟରେ ଭାରତୀୟ ଦଳକୁ ଚମ୍ପିୟାନ କରିଥିବା ଅଧିନାୟକ ରୋହିତ ଶର୍ମା ଓ ମୁଖ୍ୟ କୋଚ ରାହୁଲ ଦ୍ର‌ାବିଡ ପ୍ରଧାନମନ୍ତ୍ରୀଙ୍କୁ ଟି୨୦ ବିଶ୍ବକପ ଟ୍ରଫି ଧରାଇ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପରେ ଭାରତୀୟ ଦଳ କଲ୍ୟାଣ ମାର୍ଗ ଦେଇ ବାହାରି ଯାଇଛନ୍ତି। ଅପରାହ୍ନ ୫ ଟାରେ ମୁମ୍ବାଇର ନରିମାନ ପଏଣ୍ଟରୁ ୱାଙ୍ଖେଡ ଷ୍ଟାଡିୟମ ପର୍ଯ୍ୟନ୍ତ ଏକ ଖୋଲା ଛାତ ବସ୍‌ରେ ଟିମ୍ ଇଣ୍ଡିଆର ବିଜୟ ପରେଡ ହେବ। ତା’ପରେ ସମାରୋହ ସମାରୋହରେ ଟିମ୍‌କୁ ୧୫ କୋଟିର ନଗଦ ପୁରସ୍କାର ଦିଆଯିବ।

Breaking News