ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦୀର୍ଘ ବର୍ଷର ପ୍ରତୀକ୍ଷା ଓ ଆଇନଗତ ଲଢେଇର ଅନ୍ତ ପୂର୍ବକ ୨୦୦୮ ମୁମ୍ବଇ ଆତଙ୍କବାଦୀ ଆକ୍ରମଣର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ତାହିସ୍ଵର ହୁସେନ୍ ରାଣାକୁ ଭାରତ ପ୍ରତ୍ୟର୍ପଣ କରାଯାଇଛି। ଭାରତର ଏକାଧିକ ତଦନ୍ତକାରୀ ଏଜେନ୍ସିର ଅଧିକାରୀମାନେ ବୁଧବାର ଭାରତୀୟ ସମୟ ସନ୍ଧ୍ୟା ପ୍ରାୟ ୭ଟା ୧୦ ମିନିଟରେ ରାଣାକୁ ଆମେରିକାରୁ ସ୍ଵତନ୍ତ୍ର ବିମାନରେ ବସାଇ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ଆଜି ଅପରାହ୍ନରେ ରାଣା ନୂଆଦିଲ୍ଲୀରେ ପହଞ୍ଚିବ। ନୂଆଦିଲ୍ଲୀରେ ପହଞ୍ଚିବା ପରେ ତାକୁ ଏନଆଇଏର ସ୍ଵତନ୍ତ୍ର ଅଦାଲତରେ ହାଜର କରାଯିବ। ଏନଆଇଏ ତାକୁ ନିଜ ହେପାଜତକୁ ନେବା ଲାଗି ଆବେଦନ କରିବ। ପ୍ରାଥମିକ ଭାବେ ତାକୁ ତିହାର ଜେଲରେ ରଖାଯିବାର ବ୍ୟବସ୍ଥା କରାଯାଇଛି। ପାକିସ୍ତାନ ଜନ୍ମିତ କାନାଡା ନାଗରିକ ରାଣା ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଷଡଯନ୍ତ୍ରରେ ସାମିଲ ଥିଲା। ସେ ତାର ବନ୍ଧୁ ଡାଭିଡ୍ କୋଲମ୍ୟାନ୍ ହେଡଲିକୁ ଆକ୍ରମଣ ଷଡଯନ୍ତ୍ରରେ ସହଯୋଗ କରିଥିଲା । ଏଠାରେ ତା’ ବିରୋଧରେ ବିଚାର ପ୍ରକ୍ରିୟା ଆରମ୍ଭ ହେବ। ତେବେ ରାଣାକୁ ଫାଶୀ ଦଣ୍ଡ ଦେବାକୁ ଦାବି କରିଛନ୍ତି ଆକ୍ରମଣରେ ସହିଦ ହୋଇଥିବା ଜଣେ କନଷ୍ଟେବଳଙ୍କ ବାପା। ତହବ୍ବୁର ମୂଳତଃ ପାକିସ୍ତାନୀ ହୋଇଥିବାବେଳେ କାନାଡ଼ାର ନାଗରିକତା ଗ୍ରହଣ କରି ସେଠାରେ ରହୁଥିଲା।






More Stories
ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା…..
ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍…..
ରେପୋ ହାର ହ୍ରାସ…..