Report Card Odisha

| Daily Odia News

ବାହାର ରାଜ୍ୟ ଫେରନ୍ତାଙ୍କ ଉପରେ କଡ଼ା ନଜର

ନୂଆଦିଲ୍ଲୀ (ବିବିଏମ୍ ଟିଭି ): ଏବେବି ମନରୁ ଯାଇନି କରୋନା ଭୟ । ମହାମାରୀ କରୋନାକୁ ନେଇ ଏବେବି ବିଭିନ୍ନ ରାଜ୍ୟରେ ଜାରି ହୋଇଛି କଟକଣା । ସଂକ୍ରମଣ ପ୍ରବଣ ରାଜ୍ୟ ଫେରନ୍ତାଙ୍କ ପାଇଁ ବଦଳିଛି ସାମନ୍ୟ ନିୟମ । ଏଣିକି ୫ ରାଜ୍ୟ ଫେରନ୍ତାଙ୍କ ଉପରେ କଡା ନଜର ରହିବ । ବିଶେଷ କରି ମହାରାଷ୍ଟ , କେରଳ , ପଞ୍ଜାବ , ମଧ୍ୟପ୍ରଦେଶ , ଓ ଛତିଶଗଡରୁ ଆସୁଥିବା ଯାତ୍ରମାନଙ୍କ ଉପରେ ବିଶେଷ ନଜର ରଖାଯିବ ।
ଏହିସବୁ ରାଜ୍ୟରୁ ଯେଉଁ ଯାତ୍ରମାନେ ଆସିବେ ସେମାନଙ୍କ ପାଇଁ ଏକ ସପ୍ତାହ ହୋମ୍ ଆଇସୋଲେସନ୍‌ରେ ରହିବେ । ଏହି ସବୁ ରାଜ୍ୟ ଗୁଡିକର ଦୃତ ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଘୋଷଣା କରାଯାଇଛି । ଏନେଇ ମଧ୍ୟ ସବୁ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖାଯାଇଛି ।
ଏହିସବୁ ରାଜ୍ୟରୁ ଫେରିଥିବା ବ୍ୟକ୍ତି, ବାହାରେ ବୁଲି ପାରିବେ ନାହିଁ, ୭ ଦିନ ଘରୋଇ ସଙ୍ଗରୋଧରେ ରହିବାକୁ ବାଧ୍ୟ। ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱକୁ କଡ଼ାକଡ଼ି ଭାବେ ପାଳନ କରାଯିବ । ସମସ୍ତ ଜିଲ୍ଲାରେ ଆରଟି-ପିସିଆର ଟେଷ୍ଟିଂ ସଂଖ୍ୟା ବୃଦ୍ଧି କରାଯିବ । ଏ ନେଇ ସବୁ ଜିଲ୍ଲାପାଳ, ବିମାନବନ୍ଦର ଓ ରେଳୱେ କର୍ତୃପକ୍ଷଙ୍କୁ ଚିଠି ଲେଖିଥିଲେ ସ୍ୱାସ୍ଥ୍ୟବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ।

ପୂର୍ବରୁ ୧୨ଟି ରାଜ୍ୟ ଫେରନ୍ତାଙ୍କ ଉପରେ ନଜର ରଖିବାକୁ କୁହାଯାଇଥିଲା । ଦେଶରେ କରୋନା ବଢ଼ୁଥିବା ବେଳେ ଏପରି ସତର୍କମୂଳକ ପଦକ୍ଷେପ ନିଆଯାଇଛି । ବିମାନବନ୍ଦର ଓ ରେଳ ଷ୍ଟେସନ ଗୁଡ଼ିକରେ ଯାଞ୍ଚ ବ୍ୟବସ୍ଥାକୁ କଡାକଡ଼ି କରାଯିବ । ସମସ୍ତ ଯାତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ। ଯଦି କୌଣସି ଯାତ୍ରୀଙ୍କ ଠାରେ ଲକ୍ଷଣ ଥିବ, ତେବେ ସାଙ୍ଗେ ସାଙ୍ଗେ ରାପିଡ୍ ଆଂଟିଜେନ୍ ଟେଷ୍ଟ କରାଯିବ ।

Breaking News