ନୂଆଦିଲ୍ଲୀ: ପୁଣିଥରେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଛି ।୩ ଦିନ କାଳ ତୈଳ ଦର ସ୍ଥିର ଥିବା ବେଳେ ଆଜି ପୁଣି ମହଙ୍ଗା ମାହ ହୋଇଛି । ଗୁଡ୍ ରିଟର୍ଣ୍ଣସର ୱେବ ସାଇଟ୍ ଅନୁଯାୟୀ, ଦିଲ୍ଲୀରେ ଆଜି ପେଟ୍ରୋଲର ଲିଟର ପିଛା ଦର ୨୪ ପଇସା ଓ ଡିଜେଲର ଲିଟର ପିଛା ଦର ୧୫ ପଇସା ବୃଦ୍ଧି ଘଟିଛି । ନୂଆ ଦର ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦର ୯୧.୧୭ ଟଙ୍କା ଓ ଡିଜେଲ ଦର ୮୧.୪୭ ଟଙ୍କାରେ ପହଂଚି ଯାଇଛି । ସେହିପରି ବିଭିନ୍ନ ରାଜ୍ୟରେ ସରକାରମାନେ ତୈଳ ଦର ଉପରେ ଲଗାଉଥିବା ଭ୍ୟାଟ୍କୁ ବିଚାରକୁ ନେଲେ ପେଟ୍ରୋଲ ଓ ଡିଜେଲ ଦର ୬୯ ରୁ ୭୦ ପଇସା ବୃଦ୍ଧି ଘଟିଛି । କିଛି ଦିନ ତଳେ ଅନ୍ତର୍ଜାତୀୟ ବଜାରରେ ସଶୋଧିତ ତୈଳର ବ୍ୟାରେଲ ପିଛା ଦାମ ୬୦ ଡଲାର ରହିଥିଲା । ହେଲେ ଆଜି ଏହା ୬୬ ଡଲାରରେ ପହଂଚି ଯାଇଛି ।ଏହା ସହ ସୀମା ଶୁଳ୍କ, ବିଶୋଧନ ଚାର୍ଜ ଓ ରାଜ୍ୟମାନେ ଲଗାଉଥିବା ଭ୍ୟାଟକୁ ମିଶାଇଲେ, ତୈଳ ଦର ୯୦ ଟଙ୍କା ପାର୍ କରି ଯାଉଛି । କିଛି ସହରରେ ଏବେ ଠାରୁ ହିଁ ପେଟ୍ରୋଲର ଲିଟର ପିଛା ଦର ୧୦୦ ଟଙ୍କା ପାର୍ ହୋଇସାରିଲାଣି । ଅନ୍ୟପକ୍ଷରେ ଗୁଡ୍ ରିଟର୍ଣ୍ଣସର ୱେବ ସାଇଟ୍ ଅନୁଯାୟୀ, ଓଡ଼ିଶାର ରାଜଧାନୀ ଭୁବନେଶ୍ୱରେ ପେଟ୍ରୋଲ ଲିଟର ପିଛା ଦର ୯୩ ଟଙ୍କା ଓ ଡିଜେଲର ଲିଟର ପିଛା ଦର ୯୦ ଟଙ୍କା ଛୁଇଁବାକୁ ବସିଲାଣି । ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ଦର ୭୪ ପଇସା ବୃଦ୍ଧି ପାଇଛି । ବର୍ଦ୍ଧିତ ଦର ପରେ ପେଟ୍ରୋଲ ର ଲିଟର ପିଛା ଦର ୯୨.୩୬ ଟଙ୍କାରେ ପହଂଚି ଯାଇଛି । ଗତକାଲି ରାଜଧାନୀରେ ପେଟ୍ରୋଲର ଲିଟର ପିଛା ଦର ୯୧.୬୨ ଟଙ୍କା ରହିଥିଲା ।ସେହିପରି ଆଜି ରାଜଧାନୀରେ ଡିଜେଲର ଲିଟର ପିଛା ଦର ୬୫ ପଇସା ବୃଦ୍ଧି ପାଇଛି । ନୂଆ ଦର ପରେ ଭୁବନେଶ୍ୱରରେ ଡିଜେଲ ଦର ୮୯.୨୩ ଟଙ୍କା ଛୁଇଁଛି । ଗତକାଲି ଏଠାରେ ଡିଜେଲର ଲିଟର ଦର ପିଛା ୮୮.୫୮ଟଙ୍କା ରହିଥିଲା ।
More Stories
ପଦାର୍ଥ ବିଜ୍ଞାନରେ ନୋବେଲ୍ ପାଇବେ ଜନ୍ ଜେ ହପଫିଲଡ ଓ ଜେଫ୍ରି ଇ. ହିଣ୍ଟନ…..
ବିଧାନସଭା ନିର୍ବାଚନରେ ନାୟବ ସିଂହ ସୈନିଙ୍କ ବାଜିମାତ…..
ଭିନେଶ ଯେଉଁଠି ବି ପାଦ ରଖନ୍ତି,ତାହା ନଷ୍ଟ ହୋଇଯାଏ…..