ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସମଗ୍ର ଆଫଗାନ ସହ ରାଜଧାନୀ କାବୁଲକୁ କବଜା କରି କରିନେବା ପରେ ଆଫଗାନିସ୍ତାନର ସ୍ଥିତି ଭୟଙ୍କର | ଆଫଗାନ ବାସୀ ଭୟରେ ଜୀବନ ବିତାଉଛନ୍ତି | ଜୀବନ ବଞ୍ଚାଇବାକୁ ମା ପିଲାକୁ ଛାଡି ପଳାଇଯାଉଥିବା ଦେଖିବାକୁ ମିଳିଛି | ଏହି ଅଶାନ୍ତ ଓ ଭୟାକୁଳ ପରିସ୍ଥିତିକୁ ଶାନ୍ତ କରିବା ପାଇଁ ମଙ୍ଗଳବାର ଦେଶ ସାରା ‘ସର୍ବକ୍ଷମା’ ଘୋଷଣା କରିଥିଲା ତାଲିବାନ। ଏହା ସହିତ ମହିଳାମାନଙ୍କୁ ମଧ୍ୟ ସରକାରରେ ଭାଗ ନେବାକୁ ଆହ୍ବାନ କରିଛି। ମଙ୍ଗଳବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦେଶର ଶାସନ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଅଣାଯିବ ବୋଲି ଘୋଷଣା କରାଯିବା ମହିଳାମାନଙ୍କୁ ସୁରକ୍ଷିତ ରଖିବା ଦିଗରେ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି। ଶାସନ ବେଳେ ମହିଳାଙ୍କ କ୍ଷେତ୍ରରେ କୌଣସି ପାତରଅନ୍ତର କରାଯିବ ନାହିଁ। ଶରିଆ ଆଇନ ଲାଗୁ କରାଯିବ | ଏହି ଆଇନ ଅନୁଯାୟୀ ମହିଳାଙ୍କ ଅଧିକାର ପ୍ରଭାବିତ ହେବ ନାହିଁ। କିନ୍ତୁ ସୋଶାଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଜଣେ ମହିଳା ସାମ୍ୱାଦିକା ବୁର୍ଖା ପିନ୍ଧି ତିନି ଜଣ ତାଲିବାନୀଙ୍କ ସହ ଏକ ସାକ୍ଷାତକାର କରୁଥିବା ଦେଖିବାକୁ ମିଳିଛି। ଯେଉଁଥିରେ ମହିଳା ରାଜନୀତିରେ ପାଦ ଥାପିବା ଦରକାର କି ନାହିଁ ପ୍ରଶ୍ନରେ ସମ୍ପୃକ୍ତ ତାଲିବାନୀ ଦେଇଥିବା ପ୍ରତିକ୍ରିୟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସାମ୍ବାଦିକ ସମ୍ମିଳନୀରେ ଗୋଟିଏ କଥା ଏବଂ ସାକ୍ଷାତକାର ବେଳେ ଆଉ ଗୋଟିଏ କଥା ତାଲିବାନୀମାନେ ଦେଉଥିବା ଦେଖିବାକୁ ମିଳିଛି। ଭାଇରାଲ ହୋଇଥିବା ଭିଡିଓରେ ମହିଳା ସାମ୍ବାଦିକା ତାଲିବାନ ସଦସ୍ୟଙ୍କୁ ପଚାରୁଛନ୍ତି ଯେ ସେମାନଙ୍କ ଶାସନରେ ଆଫଗାନିସ୍ତାନରେ ମହିଳାଙ୍କ ଅଧିକାରକୁ ସମ୍ମାନ ଦିଆଯିବ କି? ଜବାବରେ ତାଲିବାନ ସଦସ୍ୟ କହିଛନ୍ତି, ଇସଲାମର ଶରିଆ ନିୟମ ଅନୁଯାୟୀ ମହିଳାମାନେ ସମସ୍ତ ଅଧିକାର ପାଇବେ। ଏହା ପରେ ମହିଳା ସାମ୍ବାଦିକ ପଚାରିଛନ୍ତି ଯେ, ଆଫଗାନିସ୍ତାନ ନାଗରିକମାନେ ଜଣେ ମହିଳାଙ୍କୁ ଭୋଟ୍ ଦେବାର ଏବଂ ତାଙ୍କୁ କ୍ଷମତାକୁ ଆଣିବାର ଅଧିକାର ପାଇବେ କି? ପ୍ରଶ୍ନର ଉତ୍ତର ନ ଦେଇ ତାଲିବାନ ସଦସ୍ୟ ହସୁଥିବା ଦେଖିବାକୁ ମିଳିଛି। ଏହା ପରେ ଏହି ସଦସ୍ୟ କ୍ୟାମେରା ବନ୍ଦ କରିବାକୁ କହୁଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ରବିବାର ଆଫଗାନିସ୍ତାନର ରାଜଧାନୀ କାବୁଲକୁ ତାଲିବାନ ଦଖଲ କରିଥିଲା। ଏହାପରେ ଆଫଗାନିସ୍ତାନରେ ମହିଳାଙ୍କ ଅଧିକାର ପୁଣି ଥରେ ଦମନ କରାଯିବ ବୋଲି ଏକ ଭୟ ସୃଷ୍ଟି ହୋଇଛି। ଏପରି ଭୟଭୀତ ହେବାର କାରଣ ଏହି ସାକ୍ଷାତକାରରୁ ସ୍ପଷ୍ଟ ହୋଇଛି। ସେହିପରି ପୂର୍ବରୁ ମହିଳା ସାମ୍ୱାଦିକମାନେ ଡ୍ରେସ ପିନ୍ଧି ଟିଭିରେ ନ୍ୟଜ ପଢ଼ୁଥିଲେ ହେଲେ ଏବେ ସେମାନେ ବୁର୍ଖା ପିନ୍ଧୁଥିବା ଦେଖିବାକୁ ମିଳିଛି।
More Stories
ଭାରତ-ଇଂଲଣ୍ଡ ମ୍ୟାଚ୍:ଆଜି କାଉଣ୍ଟରରେ ଟିକଟ ବିକ୍ରି ଆରମ୍ଭ…..
ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ,୨୪ ଆହତ….
କୁମ୍ଭମେଳାରେ ବୁଡ ପକାଇବେ ପ୍ରଧାନମନ୍ତ୍ରୀ…..