Report Card Odisha

| Daily Odia News

ଆଫଗାନିସ୍ତାନର ୩ ରାଜ୍ୟର ରାଜଧାନୀକୁ କବଜା କଲା ତାଲିବାନ…..

Image processed by CodeCarvings Piczard ### FREE Community Edition ### on 2021-08-08 21:53:39Z | |

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଫଗାନିସ୍ତାନର ନୂଆ ନୂଆ ଅଂଚଳକୁ କବଜା କରିନେଉଛି ତାଲିବାନ। ୩ଟି ରାଜ୍ୟର ରାଜଧାନୀକୁ ମାତ୍ର ତିନିଦିନ ମଧ୍ୟରେ ତାଲିବାନନିଜ ଆୟତ୍ତକୁ ନେଇ ସାରିଲାଣି । ଆଫଗାନିସ୍ତାର ଚର୍ଚ୍ଚିତ କୁନ୍ଦୁଜ ସହରକୁ ଆତଙ୍କୀମାନେ ଅଧିକାର କରିନେଇଛନ୍ତି। କେବଳ କବଜା କରିଛନ୍ତି ତାହା ନୁହେଁ ବରଂ ସେମାନେ ସେହି ସହରରେ ଥିବା ପୋଲିସ ମୁଖ୍ୟାଳୟ, ରାଜ୍ୟପାଳଙ୍କ ବାସଭବନ ପରିସର ଏବଂ ବିଚାରଧୀନ ବନ୍ଦୀ ଥିବା ଏକ ଜେଲକୁ ନିଜ ଅଧୀନକୁ ନେଇଛନ୍ତି। ତାଲିବାନର ଲଢ଼ୁଆ ବାହିନୀ ମଧ୍ୟ ସହରରେ ଉପସ୍ଥିତ ଥିବା ଜଣାଯାଇଛି। ମୋଟ୍‌ ଉପରେ ପୁଣି ଥରେ ଅଶାନ୍ତ ହୋଇପଡ଼ିଛି ଆଫଗାନିସ୍ତାନ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆଫଗାନିସ୍ତାନର ସେନା ଘାଟି ଓ ବିମାନ ବନ୍ଦରକୁ ଛାଡି ଦେଲେ ପ୍ରାୟ ସବୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ନିଜ କବଜାକୁ ନେଇଛି ଆଫଗାନିସ୍ତାନ। ଚାଲିଥିବା ହିଂସାକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୧୬ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ଅନେକ ଆହତ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ଏହାପୂର୍ବରୁ ନିମରୁଜ୍ ଏବଂ ଜଜାନ୍ ପ୍ରଦେଶକୁ ମଧ୍ୟ ତାଲିବାନ ନିଜ ଅଧୀନକୁ ନେଇଛନ୍ତି। ଶନିବାର ଜଜାନର ରାଜଧାନୀ ସେବେରଘାନକୁ ଅଧୀନକୁ ନେଇଥିବାବେଳେ ତାହା ପୂର୍ବରୁ ନିମରୁଜ୍‌ର ରାଜଧାନୀ ଜରାଞ୍ଜକୁ ନିଜ ଅକ୍ତିଆରକୁ ନେଇଛନ୍ତି। ସେପଟେ, ଆଫ୍‌ଗାନିସ୍ତାନରୁ ଆମେରିକା ନିଜ ସୈନ୍ୟମାନଙ୍କୁ ପ୍ରତ୍ୟାହାର କରିନେଇଛି । ଏହା ସମସ୍ତେ ଜାଣନ୍ତି । ଏହାପରେ ଅନେକ ଆଲୋଚନା ଆଉ ସମାଲୋଚନା ମଧ୍ୟ ହୋଇଥିଲା । ଆମେରିକା ନିଜ ସୈନ୍ୟମାନଙ୍କୁ ପ୍ରତ୍ୟାହାର କରିନେବା ପରେ ଆଫ୍‌ଗାନିସ୍ତାନର ଶକ୍ତି କମିଯିବ ଏବଂ ତାଲିବାନକୁ ଅଟକାଇ ପାରିବନି ଆଫ୍‌ଗାନିସ୍ତାନ । ଏଭଳି ଆଲୋଚନା ସବୁଠି ଜୋର ଧରିଥିଲା । ହେଲେ ଏବେ ଖବର ସାମ୍ନାକୁ ଆସୁଛି ଯେ, ଆଫଗାନିସ୍ତାନରୁ ସୁରକ୍ଷାବଳଙ୍କୁ ହଠାଇଦେଇଛି ଆମେରିକା ସତ ହେଲେ ତାଲିବାନଙ୍କ ପିଛା ଛାଡ଼ୁନି । ଆମେରିକୀୟ ସୈନ୍ୟ ଏବେ ତାଲିବାନକୁ ସମୂଳେ ଧ୍ୱଂଶ କରିବାର ସତେ ଯେମିତି ପଣ କରିଛି । ଆମେରିକାର ବି -୫୨ ବୋମା ବର୍ଷଣକାରୀ ବିମାନ, ଆଫଗାନିସ୍ତାନର ଜବଜ୍ଜାନ ପ୍ରଦେଶର ରାଜଧାନୀ ଶେବରଗନରେ ଥିବା ଆତଙ୍କବାଦୀ ସଂଗଠନ ତାଲିବାନର ଆଡ୍ଡା ଉପରେ ବୋମା ବର୍ଷଣ କରିଛି । ଏହି ଆକ୍ରମଣ ଫଳରେ ୨୦୦ରୁ ଅଧିକ ତାଲିବାନ ଆତଙ୍କବାଦୀ ନିପାତ ହୋଇଥିବା ସୂଚନା ରହିଛି ।

Breaking News