ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗୁଟଖା-ପାନ ମସାଲା ବିକ୍ରୟ ତଥା ଉତ୍ପାଦନ ଉପରେ ପ୍ରତିବନ୍ଧକକୁ ବୃଦ୍ଧି କଲେ ହରିୟାଣା ସରକାର | ରାଜ୍ୟ ଖାଦ୍ୟ ଏବଂ ଓଷଧ ପ୍ରଶାସନ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଯେଉଁଥିରେ ସେପ୍ଟେମ୍ବର ୭, ୨୦୨୧ ରୁ ଏକ ବର୍ଷ ପର୍ଯ୍ୟନ୍ତ ତମାଖୁ ଦ୍ରବ୍ୟ ବିକ୍ରୟ ତଥା କ୍ରୟ ଉପରେ ନିଷେଧାଦେଶ ଜାରି କରିଛନ୍ତି । ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟ ତଥା ପୋଲିସ ଅଧୀକ୍ଷକ, ଖାଦ୍ୟ ନିରୀକ୍ଷକ ଏବଂ ଅନ୍ୟମାନଙ୍କୁ ଏହି ନିର୍ଦ୍ଦେଶ ଦିଆଯାଇଛି। ଗତ ବର୍ଷ କରୋନା ମହାମାରୀକୁ ଦୃଷ୍ଟିରେ ରଖି ହରିୟାଣା ସରକାର ପାନ ମସାଲା, ଗୁଟଖା ଇତ୍ୟାଦି ତମାଖୁ ଦ୍ରବ୍ୟ ବିକ୍ରିକୁ ଏକ ବର୍ଷ ପାଇଁ ବ୍ୟାନ୍ କରିଥିଲେ। ଯାହା ଦ୍ବାରା ଲୋକମାନେ ସର୍ବସାଧାରଣ ସ୍ଥାନରେ ଛେପ ପକାଇବେ ନାହିଁ। ସୋମବାର ରାଜ୍ୟ ସରକାର ଏହି ପ୍ରତିବନ୍ଧକକୁ ଆଉ ଏକ ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି।






More Stories
ପୋଲିସ ଗାଡି ପୋଡିଲେ କର୍ମଚାରୀ….
ଆଶାଙ୍କ ପରଲୋକର:ଭାବପ୍ରବଣ ହୋଇପଡ଼ିଲେ ମୋଦି…..
ଲୋକସଭା-ରାଜ୍ୟସଭା ସଦସ୍ୟଙ୍କୁ ହ୍ୱିପ୍ ଜାରି…..