Report Card Odisha

| Daily Odia News

କେ. ପୋନମୁଡ଼ୀଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆୟବହିର୍ଭୂତ ସମ୍ପତ୍ତି ମାମଲାରେ ମାଡ୍ରାସ୍‌ ହାଇକୋର୍ଟ ‘ଡିଏମ୍‌କେ’ ନେତା ତଥା ତାମିଲନାଡୁର ଶିକ୍ଷାମନ୍ତ୍ରୀ କେ. ପୋନମୁଡ଼ୀଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେବା ସହିତ ୫୦ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ଦାଖଲ କରାଯାଇଥିବା ଡାକ୍ତରୀ ରେକର୍ଡ ଅନୁସାରେ ମନ୍ତ୍ରୀ ପୋନମୁଡ଼ୀଙ୍କୁ ୭୩ ବର୍ଷ ହୋଇଥିବା ବେଳେ ତାଙ୍କ ସ୍ତ୍ରୀଙ୍କୁ ୬୦ ବର୍ଷ। ଏହି ମାମଲା ବହୁତ ପୁରୁଣା ହୋଇଥିବାରୁ ଏବଂ ସେମାନଙ୍କ ବୟସ ପ୍ରତି ଧ୍ୟାନ ଦେଇ ସର୍ବନିମ୍ନ ଦଣ୍ଡ ବିଧାନ କରିବା ଲାଗି ଦୁହେଁ ଅଦାଲତଙ୍କୁ ଅନୁରୋଧ କରିଥିଲେ। ତେଣୁ, ମନ୍ତ୍ରୀ କେ. ପ‌ୋନମୁଡ଼ୀଙ୍କୁ ୩ ବର୍ଷ ପାଇଁ ଶ୍ରମରହିତ କାରାଦଣ୍ଡ ଦେବା ସହିତ ଅଦାଲତ ତାଙ୍କ ଉପରେ ଓ ତାଙ୍କ ସ୍ତ୍ରୀଙ୍କ ଉପରେ ୫୦ ଲକ୍ଷ ଟଙ୍କା ଲେଖାଏଁ ଜରିମାନା କରିଛନ୍ତି। ଉଚ୍ଚତର ଅଦାଲତରେ ଆବେଦନ କରିବା ଲାଗି ଅନୁମତି ଦେଇ ମାଡ୍ରାସ୍‌ ହାଇକୋର୍ଟ ଉପରୋକ୍ତ ଦଣ୍ଡାଦେଶକୁ ୩୦ ଦିନ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି।

Breaking News