ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସାଉଥ୍ ସୁପରଷ୍ଟାର ଥଲପତି ବିଜୟ ରାଜନୀତି ମୈଦାନକୁ ଓଲ୍ଲହାଇଛନ୍ତି । ଆଜି ସେ ତାଙ୍କର ନୂଆ ଦଳ ଗଠନ କରିଥିବା ନେଇ ଘୋଷଣା କରିଛନ୍ତି। ରାଜନୈତିକ ଦଳ ‘ତମିଝଗା ଭେତ୍ରି କଞ୍ଜଗମ’ ଗଠନ କରି ଥଲପତି କହିଛନ୍ତି, ସ୍ୱଚ୍ଛ, ଜାତିବାଦମୁକ୍ତ ଏବଂ ଦୁର୍ନୀତିମୁକ୍ତ ପ୍ରଶାସନ ଗଢିବା ଆମର ମୂଳ ଲକ୍ଷ୍ୟ ରହିଛି। ଥଲପତି ରାଜନୀତିରେ ଯୋଗଦେବା ନେଇ ଦୀର୍ଘ ଦିନ ହେବ ଚର୍ଚ୍ଚା ହେଉଥିଲା। ନିକଟରେ ଏନେଇ ତାଙ୍କର ଏକ ଫ୍ୟାନ୍ କ୍ଲବ ପକ୍ଷରୁ ଘୋଷଣା କରାଯାଇଥିଲା। ଗତ ସପ୍ତାହରେ ଚେନ୍ନାଇରେ ଅନୁଷ୍ଠିତ ଏକ ସଭାରେ ରାଜନୈତିକ ଦଳ ଗଠନ ପାଇଁ ତାଙ୍କ ଫ୍ୟାନ୍ କ୍ଲବ ବିଜୟ ମକ୍କାଲ ଆଇୟାକ୍କମ୍ ଏକ ବଡ଼ ଘୋଷଣା କରିଥିଲା। ଥଲପତି ବିଜୟ ରାଜନୀତିରେ ଯୋଗଦେବେ, କିନ୍ତୁ ନିଜସ୍ୱ ଦଳ ଗଠନ କରିବେ ବୋଲି ଏହି ଫ୍ୟାନ୍ କ୍ଲବ୍ କହିଥିଲା।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..