ରିପୋର୍ଟ କାର୍ଡ / ବଲାଙ୍ଗୀର
କେଇଟା ଟଙ୍କା ପାଇଁ ନିଜ ସ୍ତ୍ରୀକୁ ରାଜସ୍ଥାନରେ ବିକ୍ରି କରିଦେଇଥିଲା ସ୍ୱାମୀ । ଏଭଳି ଘଟଣା ସାମ୍ନାକୁ ଆସିଛି ବଲାଙ୍ଗୀର ଜିଲ୍ଲା ବେଲପଡା ଥାନା ଅଚଂଳରେ | ସୂଚନା ଅନୁଯାୟୀ ସୁଲେକେଲା ଗାଁର ସରୋଜ ରଣା ପାଖ ଗାଁ ଭାରତୀ ରଣାଙ୍କୁ ପ୍ରେମ ବିବାହ କରିବା ପରେ ରାଜସ୍ଥାନରେ ବିକ୍ରି କରିଦେଇଥିଲେ । ଫେସବୁକରୁ ପ୍ରଥମେ ଉଭୟଙ୍କ ମଧ୍ୟରେ ବନ୍ଧୁତା ହେବାର ୩ ମାସ ପରେ ସେମାନଙ୍କ ବିବାହ ହୋଇଥିଲା । ବିବାହ ପରେ ଅର୍ଥାଭାବରୁ ପତ୍ନୀଙ୍କୁ ମାରପିଟ୍ କରିଆସୁଥିଲେ ସରୋଜ। ଟଙ୍କା ପାଇଁ ନିଜ ପତ୍ନୀଙ୍କୁ ସେ ରାଜସ୍ଥାନରେ ବିକ୍ରି କରିଦେଇଥିଲେ । ପୋଲିସ ଅଭିଯୁକ୍ତ ସ୍ୱାମୀ ରାଜେଶକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଯୁବତୀଙ୍କୁ ଉଦ୍ଧାର କରିଛି । ବିବାହ ପରେ ବୁଲିଯିବା ଆଳରେ ରାଜସ୍ଥାନରେ ନେଇଯାଇ ୧ ଲକ୍ଷ ୮୦ ହଜାର ଟଙ୍କାରେ ନିଜ ସ୍ତ୍ରୀଙ୍କୁ ବିକିଦେଇଥିଲା ରାଜେଶ । ଅଗଷ୍ଟ ୫ ତାରିଖ ଝିଅର ବାପା ଶଙ୍ଖଧର ରଣା ବେଲପଡ଼ା ଥାନାରେ ଝିଅ ନିଖୋଜ ହେବା ନେଇ ଏତଲା ଦେଇଥିଲେ । ନିଖୋଜ ମାମଲାର ତଦନ୍ତ କରୁ କରୁ ପୋଲିସ ରାଜେଶକୁ ଥାନାକୁ ଡାକି ପଚରଉାଚୁରା କରିଥିଲା। ରାଜେଶ ନିଜ ସ୍ତ୍ରୀକୁ ବିକି ଦେଇଥିବା କଥା କହିବା ପରେ ଏକ ସ୍ୱତନ୍ତ୍ର ପୋଲିସ ଟିମ୍ ରାଜସ୍ଥାନ ମଂଜୋଲା, ଶିଫଲାକୁ ଯାଇ ସେଠାରୁ ଝିଅକୁ ଉଦ୍ଧାର କରିଥିଲା । ହେଲେ ଗାଁ ଲୋକେ ଝିଅ ଛାଡ଼ିବାକୁ ନାରାଜ ଥିଲେ । ପରେ ସେଠିକାର ପୋଲିସର ସହାୟତାରେ ଝିଅ ଉଦ୍ଧାର ହୋଇଥିଲା । ଏ ନେଇ ପୋଲିସ ରାଜେଶ ବିରୋଧରେ ଦଫା-୪୨୦, ୩୭୦, ୩୭୨ ଲଗାଇ କୋର୍ଟଚାଲାଣ କରିଥିବା ଜଣାପଡିଛି ।






More Stories
ମୃତଦେହ ଝୁଣି ଖାଉଛି କୁକୁର…..
ବରଗଡ଼ ଧନୁଯାତ୍ରା ପାଇଁ କଳାକାର ଘୋଷଣା…..
ବାଂଲାଦେଶୀଙ୍କ ଘରେ ବୁଲିଲା ବୁଲ୍ଡୋଜର…..