ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି ପୂର୍ତ୍ତ ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ର । ସୋମବାର ତାରାଙ୍କ ବିଭିନ୍ନ ବାସଭବନରେ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍ । ଏହି ସମୟରେ ୧୦ଟି ଫ୍ଲାଟ, ୭ଟି ପ୍ଲଟ୍, ଅଢେଇ କେଜି ପାଖାପାଖି ସୁନା ଠାବ କରିବା ସହ ୩୭୦ ଗ୍ରାମ ହୀରା, ବିଦେଶୀ ମୁଦ୍ରା, ଦାମୀ ଘଣ୍ଟା ସହ ୨.୭୦କୋଟିର ବ୍ୟାଙ୍କ ଜମା ଠାବ ହୋଇଥିଲା । ଖାଲି ସେତିକି ନୁହେଁ ନଗଦ ୬ଲକ୍ଷ ଟଙ୍କା ସହିତ ୨ଟି ଦାମୀ କାର ମଧ୍ୟ ଠାବ କରିଥିଲା ଭିଜିଲାନ୍ସ ଟିମ୍ । ତାରା ପ୍ରସାଦ କାର୍ଯ୍ୟରତ ଥିବାବେଳେ ଏତେ ପରିମାଣର ସମ୍ପତ୍ତି କେଉଁଠୁ ଆଣିଲେ ତାହାର ହିସାବ ମାଗିଥିଲା ଭିଜିଲାନ୍ସ ଟିମ୍ । ହେଲେ ସଠିକ୍ ଭାବେ ହିସାବ ନଦେବାରୁ ତାରାଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ । ସୂଚନା ଅନୁସାରେ ପୂବର୍ତ୍ତ ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଆଧାର କରି ଭିଜିଲାନ୍ସ ତାଙ୍କ ନାଁରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ଭୁବନେଶ୍ୱର, କଟକ, ଝାରସୁଗୁଡାର ୯ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ ।






More Stories
ପାଣ୍ଡିଆନ ଆମ ନେତା ନୁହନ୍ତି……
ବାଂଲାଦେଶ ହିଂସା ଉସୁକାଉଛି ପାକ୍ ସେନା,ଆଇଏସ୍ଆଇ…..
ଚିଟ୍ଫଣ୍ଡ ଜମାକାରୀ ପାଇବେ ଟଙ୍କା….