ରିପୋର୍ଟ କାର୍ଡ / ଭୁବନେଶ୍ଵର
ଟାଟା ହାତକୁ ଗଲା ଓଡ଼ିଶାର ଆଉ ଏକ ସରକାରୀ କମ୍ପାନୀ | ଓଡ଼ିଶାସ୍ଥିତ ନୀଳାଚଳ ଇସ୍ପାତ ନିଗମ ଲିମିଟେଡର ହସ୍ତାନ୍ତର ପ୍ରକ୍ରିୟା ଜୁଲାଇ ମଧ୍ୟଭାଗରେ ଟାଟା ଗ୍ରୁପ ଫାର୍ମ ଅଧିନକୁ ଯିବାର ଥିବାବେଳେ ଏହି ପ୍ରକ୍ରିୟା ଗତକାଲି ଶେଷ ହୋଇଛି। ବର୍ତ୍ତମାନ ଏହି କମ୍ପାନୀର ନିୟନ୍ତ୍ରଣ ଟାଟା ଗ୍ରୁପ କମ୍ପାନୀ TSLPକୁ ଦିଆଯାଇଛି। ଗତକାଲି ବିତ୍ତ ମନ୍ତ୍ରାଳୟରେ ଏକ ବୟାନରେ ଏହି ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର କାର୍ଯ୍ୟକାଳରେ ଏହା ଦ୍ୱିତୀୟ ସଫଳ ହସ୍ତାନ୍ତର ପ୍ରକ୍ରିୟା। ଏହା ପୂର୍ବରୁ ଏୟାର ଇଣ୍ଡିଆକୁ ଟାଟା ଗ୍ରୁପ କମ୍ପାନୀକୁ ହସ୍ତାନ୍ତର କରା ଯାଇଥିଲା। ତେବେ ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟସ (TSLP) ଚଳିତ ବର୍ଷ ଜାନୁଆରୀରେ ୧୨ହଜାର ୧୦୦ କୋଟି ଟଙ୍କା ମୂଲ୍ୟରେ ଏନଆଇଏନଏଲରେ ୯୩.୭୧ ପ୍ରତିଶତ ଅଂଶଧନ ହାସଲ କରିବାକୁ ଏକ ଟେଣ୍ଡର ଜିତିଥିଲା। ଗତକାଲି ହୋଇଥିବା ଏହି ହସ୍ତାନ୍ତର ପ୍ରକ୍ରିୟାରେ ଋଣ, କର୍ମଚାରୀଏବଂ ବିକ୍ରେତା ମାନଙ୍କର ଦେୟ ସମ୍ବନ୍ଧୀୟ ସମସ୍ତ ସର୍ତ୍ତ ପୂରଣ କରାଯାଇଛି। ନୀଳାଚଳ ଇସ୍ପାତ ନିଗମ ଲିମିଟେଡ଼ର ୧.୧ ମିଲିୟନ ଟନ କ୍ଷମତା ବିଶିଷ୍ଟ ଓଡ଼ିଶାର କଲିଙ୍ଗନଗରରେ ଏକ ଇଣ୍ଟିଗ୍ରେଟେଡ୍ ଷ୍ଟିଲ ପ୍ଲାଣ୍ଟ ଅଛି। ଏହି ସରକାରୀ କମ୍ପାନୀ ମଧ୍ୟ ବହୁ କ୍ଷତିରେ ଚାଲିଛି ଏବଂ ମାର୍ଚ୍ଚ ୩୦, ୨୦୨୦ ଠାରୁ ଏହି କାରଖାନା ବନ୍ଦ ଅଛି। ମାର୍ଚ୍ଚ ୩୧, ୨୦୨୧ ସୁଦ୍ଧା କମ୍ପାନୀର ୬,୬୦୦ କୋଟି ଟଙ୍କାର ଋଣ ଏବଂ ଅନ୍ୟାନ୍ୟ ଦାୟିତ୍ବ ରହିଛି, ଯେଉଁଥିରେ ପ୍ରମୋଟରଙ୍କ ପାଇଁ ୪,୧୧୬ କୋଟି, ବ୍ୟାଙ୍କ, ୧,୭୪୧ କୋଟି ଟଙ୍କା ଏବଂ କର୍ମଚାରୀଙ୍କ ଦରମା ସାମିଲ।






More Stories
୯୫ ଆସନରେ ଲଢ଼ିବ କଂଗ୍ରେସ…..
ପଖାଳ ଦିବସ…..
ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି…..