ରିପୋର୍ଟ କାର୍ଡ / ଭୁବନେଶ୍ୱର
ବର୍ତ୍ତମାନ ଗୁଜରାଟ ରାଜ୍ୟରେ ପ୍ରଶ୍ନପତ୍ର ଲିକ ମାମଲା ସାମ୍ନାକୁ ଆସିଛି । ଏହି ମାମଲାରେ ଓଡ଼ିଶା ଶିକ୍ଷକ ପ୍ରଶ୍ନପତ୍ର ଯୋଗାଇ ଦେବା କାର୍ଯ୍ୟରେ ଲିପ୍ତ ଥିଲେ । ତେଣୁ ପୋଲିସ ଆଜି ମାଲକାନଗିରି କର୍ତ୍ତନପାଲୀ ସ୍କୁଲର ଶିକ୍ଷକଙ୍କୁ ଏହି ମାମଲାରେ ଗିରଫ କରିଛି । ସୂଚନା ଅନୁଯାୟୀ, ମାଲକାନଗିରି କର୍ତ୍ତନପାଲୀ ସ୍କୁଲର ଶିକ୍ଷକ ସରୋଜ ମଲ୍ଲୁ ପ୍ରଶ୍ନପତ୍ର ଲେଖି ଗୁଜରାଟ ପଠାଇଥିଲେ । ତେଣୁ ଏହି ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଗୁଜୁରାଟର ଏକ ଟିମ୍ ମାଲକାନଗିରି ପୋଲିସ ସହାୟତାରେ ଗିରଫ କରିଥିବା ସୂଚନା ମିଳିଛି । ନିକଟରେ, ରବିବାରଦିନ ଗୁଜରାଟର ଆଣ୍ଟି ଟେରୋରିଷ୍ଟ ସ୍କ୍ୱାଡ ଭଦୋଦରା ଠାରୁ ୧୫ ଅଭିଯୁକ୍ତଙ୍କୁ ପ୍ରଶ୍ନପତ୍ର ସହିତ ଗିରଫ କରିଥିଲା। ଯାହାପାଇଁ ଗତକାଲି ହେବାକୁ ଥିବା ପଞ୍ଚାୟତ ଜୁନିଅର କ୍ଲର୍କ ନିଯୁକ୍ତି ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା। ଗୁଜରାଟ ଜାମନଗରରେ ଏହି ପରୀକ୍ଷା ପାଇଁ ମୋଟ ୨୬,୮୮୨ ଛାତ୍ର ପଞ୍ଜୀକୃତ ହୋଇଥିବା ବେଳେ ସାରା ଗୁଜରାଟ ରାଜ୍ୟରେ ୭,୦୦,୦୦୦ ରୁ ଅଧିକ ଲୋକ ଏହି ପରୀକ୍ଷାରେ ବସିବା ପାଇଁ ଆଶା କରାଯାଉଥିଲା । ହେଲେ ପ୍ରଶ୍ନ ପତ୍ର ଲିକ ଯୋଗୁଁ ଏହି ପରୀକ୍ଷାର୍ଥୀ ମାନେ ଅସୁବିଧାର ଶିକାର ହୋଇଛନ୍ତି






More Stories
କଂଗ୍ରେସ ଛାଡିଲେ ଜୟରାମ…..
ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
୧୬ରେ ରାଜ୍ୟସଭା ନିର୍ବାଚନ…..