ରିପୋର୍ଟ କାର୍ଡ / ଗଂଜାମ
ଜାଲ୍ ସାର୍ଟିଫିକେଟ୍ରେ ଚାକିରୀ କରି ଧରା ପଡ଼ିବା ପରେ ଗଞ୍ଜାମର ପୁଣି ଜଣେ ଶିକ୍ଷୟିତ୍ରୀ ଗିରଫ ହୋଇଛନ୍ତି। ଅଭିଯୁକ୍ତ ଶିକ୍ଷୟିତ୍ରୀ ହେଉଛନ୍ତି ହିଞ୍ଜିଳି ବ୍ଲକ୍ ପୋଡ଼ିଙ୍ଗି ଶ୍ୟାମଳାଇ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଲତିକା ବରଡ଼। ତାଙ୍କୁ କେସ୍ ନମ୍ବର ୬୪୫/୨୨ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗଞ୍ଜାମ ଜିଲ୍ଲାରେ ଜାଲ୍ ସାର୍ଟିଫିକେଟ୍ରେ ଶିକ୍ଷକତା କରୁଥିବା ନେଇ ବିଗତ ବର୍ଷରେ ଅଭିଯୋଗ ଆସିଥିଲା। ଏହି ଅଭିଯୋଗ ଅନୁସାରେ ଶିକ୍ଷା ବିଭାଗ ତରଫରୁ ସାର୍ଟିଫିକେଟ୍ ଯାଞ୍ଚ କରାଯାଇଥିଲା। ଯାହାକି ଚୂଡ଼ାନ୍ତ ତଦନ୍ତ ରିପୋର୍ଟରୁ ଜାଲ୍ ସାର୍ଟିଫିକେଟ୍ ବୋଲି ଜଣାପଡ଼ିଥିଲା। ଏହା ଆଧାରରେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।






More Stories
ଗ୍ୟାସ୍ ପାଇଁ ବାୟୋମେଟ୍ରିକ ବାଧ୍ୟତାମୂଳକ…..
ଝିଅ ଜନ୍ମ ହେଲେ ସରକାର ଦେବେ ଟଙ୍କା…..
ତୈଳ କମ୍ପାନୀମାନଙ୍କ ସହ ଯୋଗାଣ ମନ୍ତ୍ରୀଙ୍କ ବୈଠକ…..