ରିପୋର୍ଟ କାର୍ଡ / କଳାହାଣ୍ଡି
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ତ୍ରିଶକ୍ତି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦ୍ରୋଣ କୁମାର ତାଣ୍ଡି। ବିଲ୍ ପାସ୍ କରିବାକୁ ଜଣେ ଠିକାଦାରଙ୍କ ଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ ଟିମ | ଏହି ସ୍କୁଲ୍ ୫ଟି ଅଧୀନରେ ଥିବା ବେଳେ ଏବେ ଏଠାରେ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଜୟସେନ ସାହୁ ନାମକ ଜଣେ ଠିକାଦାର ନିର୍ମାଣ କାର୍ଯ୍ୟ ଦାୟିତ୍ୱ ପାଇଥିବା ବେଳେ କିଛି ବିଲ୍ ପାସ୍ କରି ଦେବା ପାଇଁ ପ୍ରଧାନ ଶିକ୍ଷକ ଦ୍ରୋଣ କୁମାର ତାଣ୍ଡି ତାଙ୍କୁ ଲାଞ୍ଚ ମାଗିଥିଲେ। ଏହା ପରେ ଜୟସେନ ସାହୁ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଯୋଜନା ମୁତାବକ ଆଜି ଠିକାଦାର ଜୟସେନ ସାହୁ ସ୍କୁଲରେ ପ୍ରଧାନ ଶିକ୍ଷକ ଦ୍ରୋଣ କୁମାର ତାଣ୍ଡିଙ୍କୁ ୪୦ ହଜାର ଟଙ୍କା ଲାଞ୍ଚ ଦେବା ବେଳେ ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଧରା ଯାଇଥିଲା। ଏହା ପରେ ମକରାଗୁଡ଼ା ସ୍ଥିତ ତାଙ୍କ ବାସଭବନକୁ ଯାଇ ଖାନତଲାସି କରିଥିଲେ ଭିଜିଲାନ୍ସ ଅଧିକାରୀ।






More Stories
ଫେବୃଆରୀ ୧୯ରୁ ମାଟ୍ରିକ୍ ପରୀକ୍ଷା…..
ବିଧାୟକଙ୍କୁ ହତ୍ୟା ଧମକ…..
ଏସ୍ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ଗିରଫ……