Report Card Odisha

| Daily Odia News

୨୬ ରୁ ଶିକ୍ଷକଙ୍କ ମହାସମାବେଶ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଶିକ୍ଷକ ସଂଘ ପ୍ରାଥମିକ ଶିକ୍ଷକ ସଂଘକୁ ଆଲୋଚନା ପାଇଁ ଡକାଯାଇଛି। ଆସନ୍ତା ୨୩ ତାରିଖ ସନ୍ଧ୍ୟା ୫ଟାରେ ଆଲୋଚନା ହେବ ବୋଲି କୁହାଯାଇଛି। ଆନ୍ଦୋଳନରୁ ଓହରି ଥିବା ଶିକ୍ଷକ ସଂଘଗୁଡ଼ିକୁ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଡକାଯାଇଛି ବୋଲି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ମହାସଚିବ ସୂଚନା ଦେଇଛନ୍ତି। ସୂଚନା ଯୋଗ୍ୟ ଯେ ଆସନ୍ତା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୬ ତାରିଖରୁ ପୁଣିଥରେ ଧାରଣାକୁ ଓହ୍ଲାଇବ ବୋଲି କୁହାଯାଇଛି। ବିଧାନସଭାର ମୌସୁମୀ ଅଧିବେଶନ ସମୟରେ ବିଶାଳ ସମାବେଶ ଆୟୋଜନ କରିବ ବୋଲି କହିଛନ୍ତି ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବ୍ରହ୍ମାନନ୍ଦ ମହାରଣା ସୂଚନା ଦେଇଛନ୍ତି। ଗତ ୮ ତାରିଖରୁ ଶିକ୍ଷକ ସଂଘ ସମୂହ ଛୁଟିରେ ଥିଲେ। ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟିରେ ଆମର ୩ ଦଫା ଦାବିକୁ ପୂରଣ କରାଯାଇ ପାରିବ ନାହିଁ ବୋଲି ସ୍ପଷ୍ଟ ଭାବେ ମନା କରାଯାଇଥିଲା। ଏହାପରେ ୨/୩ଟି ସଂଗଠନ ଆନ୍ଦୋଳନରୁ ଓହରି ଯାଇଥିଲେ। କିନ୍ତୁ ଅନ୍ୟ ସଂଗଠନଗୁଡ଼ିକ ଆନ୍ଦୋଳନ ଜାରି ରଖିଛନ୍ତି। ଏବେ ସମସ୍ତ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷକ ସଂଘଗୁଡ଼ିକ ଆନ୍ଦୋଳନ ଚଳାଇଛନ୍ତି ବୋଲି ସୂଚନା ମିଳିଛି।

Breaking News