ରିପୋର୍ଟ କାର୍ଡ / ଭୁବନେଶ୍ୱର
ଜୁନିଅର ବିଶ୍ୱକପ୍ ହକିରେ ଆଜି କାନ୍ନାଡାକୁ ଭେଟିବ ଟିମ୍ ଇଣ୍ଡିଆ । ଗତକାଲି ଫ୍ରାନ୍ସ ଠାରୁ ହାରିବା ପରେ ଦ୍ୱିତୀୟ ମ୍ୟାଚ୍ ଜିତି ବିଜୟ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ଭାରତ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ସଂଧ୍ୟା ୭ଟା ୩୦ରେ ମ୍ୟାଚ୍ଟି ଖେଳାଯିବ । ଭାରତ-କାନ୍ନାଡାକୁ ଛାଡ଼ିଲେ ଆଜି ଆଉ ୪ଟି ମ୍ୟାଚ୍ ରହିଛି । ସକାଳ ୯ଟା ୩୦ରେ ମୁହାଁମୁହିଁ ହୋଇଛନ୍ତି ଆର୍ଜେଣ୍ଟିନା ଏବଂ ଇଜିପ୍ଟ । ସେହିପରି ଦିନ ୧୨ଟାରେ ସାଉଥ କୋରିଆକୁ ଭେଟ ନେଦରଲାଣ୍ତ । ଦିନ ୨ଟା ୩୦ରେ ସ୍ପେନ୍ ଏବଂ ୟୁଏସ୍ଏ ମଧ୍ୟରେ ମ୍ୟାଚ୍ ଖେଳାଯିବ । ସଂଧ୍ୟା ୫ଟାରେ ପୋଲାଣ୍ଡ-ଫ୍ରାନ୍ସ ମଧ୍ୟରେ ଟକ୍କର ହେବ । ଗତକାଲି କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଜୁନିୟର ବିଶ୍ୱକପ ହକିର ପ୍ରଥମ ମ୍ୟାଚରେ ଭାରତ ପରାଜୟ ହାସଲ କରିଛି । ୨୦୧୬ ସଂସ୍କରଣର ଚମ୍ପିୟାନ ତଥା ଆୟୋଜକ ଭାରତ ସଂଘର୍ଷ କରି ଫ୍ରାନ୍ସ ଠାରୁ ପରାଜୟ ହୋଇଥିଲା । ୫-୪ ଗୋଲ ରେ ଫ୍ରାନ୍ସ ଠାରୁ ଭାରତ ହାରିଲା। ମ୍ୟାଚ ଆରମ୍ଭର ୫୦ ସେକେଣ୍ଡରେ ଫ୍ରାନ୍ସର ଅଧିନାୟକ କ୍ଲେମେଣ୍ଟ ତିମୋଥି (CLEMENT Timothee) ଗୋଲ କରିଥିଲେ।






More Stories
ବଦଳିବ ମିଶନ ଶକ୍ତି ଡ୍ରେସ୍ କୋଡ୍,ମିଳିବ ସ୍ମାର୍ଟ ଫୋନ୍…..
ଆସନ୍ତାକାଲି ସ୍କୁଲ୍ ଛୁଟି…..
ଜମ୍ମୁ କାଶ୍ମୀରରେ ଭୂକମ୍ପ…..