Report Card Odisha

| Daily Odia News

ତେଜସ୍ବୀଙ୍କୁ ମିଳିଲା ବଡ ଦାୟିତ୍ୱ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ନେତା ତେଜସ୍ୱୀ ଯାଦବ ସୋମବାର ଦିନ ବିହାର ବିଧାନସଭାରେ ବିରୋଧୀ ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି।ବିଧାନସଭାରେ ବିରୋଧୀ ଦଳ ନେତା ଭାବରେ ସ୍ୱୀକୃତି ପାଇବା ପାଇଁ ଗୃହର ମୋଟ ସଂଖ୍ୟା (୨୪୩ ଆସନ)ର ଅତି କମରେ ୧୦ ପ୍ରତିଶତ ଆସନ ହାସଲ କରିବା ଆବଶ୍ୟକ। ଏହି ହିସାବରେ, ଦଳକୁ ସର୍ବନିମ୍ନ ୨୫ଟି ଆସନରେ ବିଜୟୀ ହେବାକୁ ପଡ଼ିବ। ଉଲ୍ଲେଖଯୋଗ୍ୟ ଯେ, ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ଆରଜେଡି ସଠିକ୍ ୨୫ଟି ଆସନ ହାସଲ କରି ଏହି ଗୁରୁତ୍ୱପୂର୍ଣ୍ଣ ଯୋଗ୍ୟତା ପୂରଣ କରିଛି। ଫଳରେ ତେଜସ୍ୱୀ ଯାଦବ ଆନୁଷ୍ଠାନିକ ଭାବେ ବିରୋଧୀ ଦଳ ନେତା ଭାବେ ଦାୟିତ୍ୱ ଗ୍ରହଣ କରିବେ।

Breaking News