Report Card Odisha

| Daily Odia News

ତେଜସ୍ୱୀ ଯାଦବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବିହାରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନଭେମ୍ବର ୬ରେ ହେବାକୁ ଯାଉଛି । ଏହା ପୂର୍ବରୁ ମହାଗଠବନ୍ଧନ ଏକ ବଡ ଘୋଷଣା କରିଛି ।ପାଟନାରେ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଭାବେ ତେଜସ୍ୱୀ ଯାଦବଙ୍କ ନାମ ଘୋଷଣା ହୋଇଛି । ମୁକେଶ ସହାନି ଉପମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବା ନେଇ ଘୋଷଣା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟ୍‌ । ଭିଆଇପି ପାର୍ଟିର ନେତା ମୁକେଶ ସାହନି । ମହାଗଠବନ୍ଧନରେ ଆସନ ବୁଝାମଣାରେ ବିବାଦ ରହୁଥିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ତାହା ଉପରେ ପୂର୍ଣ୍ଣଚ୍ଛେଦ ପଡିଛି । ଲାଲୁ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପ୍ରାର୍ଥୀ ଘୋଷଣା ହେବା ପରେ ସେ କହିଛନ୍ତି ବିହାରରେ ମହାଗଠବନ୍ଧନ ସରକାର ଆସିଲେ ଅନେକ କିଛି ବିକାଶ ହେବ । ଯେଉଁମାନଙ୍କ ପାଖରେ ସରକାରୀ ଚାକିରି ନାହିଁ ସେମାନଙ୍କୁ ସରକାରୀ ଚାକିରି ଦିଆଯିବ । ପ୍ରତ୍ୟେକ ପରିବାରର ଜଣେ ଲେଖାଏଁ ସଦସ୍ୟଙ୍କୁ ଚାକିରି ଦିଆଯିବ ବୋଲି କହିଛନ୍ତି ତେଜସ୍ୱୀ ଯାଦବ । ମୁଖ୍ୟମନ୍ତ୍ରୀ ଚେହେରା ହେବା ପରେ ତେଜସ୍ୱୀ ଯାଦବ କଂଗ୍ରେସ ସମେତ ସମସ୍ତ ସହଯୋଗୀଙ୍କୁ ଧନ୍ୟବାଦ ଜଣାଇଥିଲେ

Breaking News