ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆର୍ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜସ୍ବୀ ଯାଦବଙ୍କ ବାହାଘର ଠିକ୍ ହୋଇଯାଇଛି। ଗୁରୁବାର ଦିଲ୍ଲୀରେ ନିର୍ବନ୍ଧ ହେବାର କାର୍ଯ୍ୟକ୍ରମ ରହିଛି। ତେଜସ୍ବୀଙ୍କ ପରିବାର ଏହି ଅବସରରେ ଦିଲ୍ଲୀରେ ଆସି ପହଞ୍ଚିସାରିଛନ୍ତି। ସୂଚନା ଅନୁସାରେ ଲାଲୁ, ରାବ୍ରି ଓ ମିସାଙ୍କ ସହ ତେଜସ୍ବୀ ଓ ତେଜ ପ୍ରତାପ ଏବେ ଦିଲ୍ଲୀରେ ଅଛନ୍ତି। ନିର୍ବନ୍ଧ କାର୍ଯ୍ୟକ୍ରମରେ ପରିବାର ସଦସ୍ୟ ଓ ଘନିଷ୍ଠ ବନ୍ଧୁମାନଙ୍କ ସହ ପ୍ରାୟ ୫୦ ଜଣ ଲୋକ ଭାଗ ନେବେ। ତେଜସ୍ବୀ ଯାଦବ ହେଉଛନ୍ତି ଲାଲୁ ପ୍ରସାଦ ଯାଦବଙ୍କ ସାନ ପୁଅ।ସେ ଭାଇମାନଙ୍କ ଭିତରେ ଦ୍ବିତୀୟ ଏବଂ ଭାଇଭଉଣୀ ୮ ଜଣଙ୍କ ଭିତରେ ଅଷ୍ଟମ ବା ସବା ସାନ। ତାଙ୍କର ଅନ୍ୟ ଭାଇଭଉଣୀଙ୍କ ବାହାଘର ସରିଥିବା ବେଳେ ସେ ଏକମାତ୍ର ବାକି ଥିଲେ। ତେଜସ୍ବୀ ବର୍ତ୍ତମାନ ଆର୍ଜେଡି ବିଧାୟକ ଦଳର ନେତା ଏବଂ ବିହାର ବିଧାନସଭାର ବିରୋଧୀ ଦଳ ନେତା। ସେ ୨୦୧୫ରୁ ୨୦୧୭ ଭିତରେ ବିହାରର ଉପମୁଖ୍ୟମନ୍ତ୍ରୀ ମଧ୍ୟ ଥିଲେ।






More Stories
ଆସିଲା ସୁଭଦ୍ରା ଟଙ୍କା…..
ଶ୍ରୀମନ୍ଦିରକୁ ବୋମା ଧମକ ଦେଇଥିବା ଅଭିଯୁକ୍ତ ଗିରଫ…..
ନୂଆରୂପରେ ଲୋକସେବା ଭବନ, ବିଧାନସଭା…..