Report Card Odisha

| Daily Odia News

ବିତର୍କ ବେଳେ ବିଜେପି ପ୍ରାର୍ଥୀଙ୍କ ତଣ୍ଟି ଚିପିଲେ ବିଆର୍‌ଏସ୍‌ର ବିଧାୟକ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ନଭେମ୍ବର ୩୦ ତାରିଖରେ ହେବାକୁ ଥିବା ତେଲେଙ୍ଗାନା ବିଧାନସଭା ନିର୍ବାଚନକୁ ଆଧାର କରି ଏକ ‘ତେଲୁଗୁ ନିଉଜ୍‌ ଚାନେଲ୍‌’ ବୁଧବାର ଦିନ ଆୟୋଜନ କରିଥିବା ମୁକ୍ତ ବିତର୍କରେ ଜଣେ ‘ବିଆର୍‌ଏସ୍‌’ ବିଧାୟକ ଓ ଜଣେ ‘ବିଜେପି’ ପ୍ରାର୍ଥୀ ଧସ୍ତାଧସ୍ତି ହୋଇଥିଲେ। କିନ୍ତୁ, ପୁଲିସ ଓ ଅନ୍ୟମାନେ ହସ୍ତକ୍ଷେପ ପରି ଦୁହିଁଙ୍କୁ ଅଲଗା କରି ପରସ୍ଥିତି ନିୟନ୍ତ୍ରଣ କରିଥିଲେ। ଏହି ଘଟଣାର ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। ସୂଚନାଯୋଗ୍ୟ, କୁତବୁଲ୍ଲାପୁର ଆସନରେ ‘କେସିଆର୍‌’ଙ୍କ ‘ଭାରତ ରାଷ୍ଟ୍ର ସମିତି’ର ଦଳରୁ ବିଧାୟକ ବିବେକାନନ୍ଦ ଗୌଡ଼ ପ୍ରତିଦ୍ବନ୍ଦ୍ବିତା କରୁଥିବା ବ‌େଳେ ସେହି ଆସନରୁ ‘ବିଜେପି’ ପ୍ରାର୍ଥୀ ହୋଇଛନ୍ତି କୁନା ଶ୍ରୀଶୈଳମ୍‌ ଗୌଡ଼। ଦୁହେଁ ‘ତେଲୁଗୁ ନିଉଜ୍‌ ଚାନେଲ୍‌’ଦ୍ବାରା ପ୍ରାୟୋଜିତ ବିତର୍କ ଭାଗ ନେଇଥିଲେ। କ‌ୌଣସି କାରଣରୁ ଉତ୍‌କ୍ଷିପ୍ତ ହୋଇ ବିବେକାନନ୍ଦ ହସି ହସି ଯାଇ ‘ବିଜେପି’ ପ୍ରାର୍ଥୀ କୁନାଙ୍କ ତଣ୍ଟିକୁ ଚିପି ଧରୁଛନ୍ତି।

Breaking News