Report Card Odisha

| Daily Odia News

ବିଧାୟିକା ଲାସ୍ୟା ନନ୍ଦିତାଙ୍କର ମୃତ୍ୟୁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସଡକ ଦୁର୍ଘଟଣାରେ ବିଆରଏସର ବିଧାୟିକା ଲାସ୍ୟା ନନ୍ଦିତାଙ୍କର ମୃତ୍ୟୁ ଘଟିଛି | ଆଜି ହାଇଦ୍ରାବାଦର ନେହେରୁ ଆଉଟ ରିଙ୍ଗ ରୋଡରେ ତାଙ୍କ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ନିୟନ୍ତ୍ରଣ ହରାଇ ଡିଭାଇଡରରେ କାର୍ ପିଟି ହେବାରୁ ବିଧାୟିକାଙ୍କର ଜୀବନ ଯାଇଛି | ମିଳିଥିବା ସୂଚନା ମୁତାବକ, ବିଆରଏସ ବିଧାୟିକାଙ୍କ କାର ଚଳାଉଥିବା ଚାଳକ ନିୟନ୍ତ୍ରଣ ହରାଇବାରୁ କାରଟି ଡିଭାଇଡରରେ ଯାଇ ପିଟି ହୋଇଥିଲା। ଏହି ଦୁର୍ଘଟଣାରେ ଆହତ ହେବା ପରେ ଲାସ୍ୟା ନନ୍ଦିତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। କାରଟି ଦ୍ରୁତଗତିରେ ଥି‌ବାରୁ ଦୁର୍ଘଟଣା ପରେ କାରର ସାମ୍ନା ପଟ ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ଦେଖାଯାଇଛି। ମୃତ୍ୟୁ‌ ବେଳକୁ ଲାସ୍ୟା ନନ୍ଦିତାଙ୍କୁ ମାତ୍ର ୩୭ବର୍ଷ ହୋଇଥିବା ବେଳେ ତାଙ୍କ ବିୟୋଗରେ ତେଲେଙ୍ଗାନାରେ ଶୋକର ଛାୟା ଖେଳି ଯାଇଛି।

Breaking News