ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ତେଲଙ୍ଗାନା ବିଧାନସଭା ନିର୍ବାଚନ ନିମନ୍ତେ ଆଜି ମତଦାନ ଜାରିରହିଛି | ଆଜି ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି | ରାଜ୍ୟର ୧୧୯ଟି ବିଧାନସଭା ଆସନ ଲାଗି ଏହି ଭୋଟ ଗ୍ରହଣ
ହେଉଛି । ଏଥିପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ରାଜ୍ୟରେ ଶାସକ ଭାରତ ରାଷ୍ଟ୍ର ସମିତି ସହିତ ବିଜେପି ଓ କଂଗ୍ରେସ ମଧ୍ୟରେ ଲଢେଇ ହେଉଛି। ଏହି ନିର୍ବାଚନରେ ରାଜ୍ୟର ୨୨୯୦ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ରାଜ୍ୟର ୧୦୬ଟି ବିଧାନସଭା କ୍ଷେତ୍ରରେ ସକାଳ ୭ଟାରୁ ୫ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ହେବ। ଅବଶିଷ୍ଟ ୧୩ଟି ନକ୍ସଲ ପ୍ରଭାବିତ ବିଧାନସଭା କ୍ଷେତ୍ରରେ ସକାଳ ୭ଟାରୁ ୪ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ହେବ।






More Stories
କେନ୍ଦ୍ରୀୟ ଅବକାରୀ ବିଲ୍ ପାସ୍…..
ବଦଳିଲା ତତ୍କାଳ ଟିକେଟ୍ କାଟିବାର ନିୟମ…..
ଆଜି ଭାରତ ଆସୁଛନ୍ତି ପୁଟିନ୍……