ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ତେଲେଙ୍ଗାନା ନିର୍ବାଚନ ଆଉ ଅଳ୍ପଦିନ ଥିବା ବେଳେ ପ୍ରଚାର ଜୋରଦାର ହେଉଛି | ଏହି ପ୍ରଚାର ବେଳେ ବିଆରଏସ୍ ସାଂସଦ କୋଥା ପ୍ରଭାକର ରେଡ୍ଡୀଙ୍କ ପେଟରେ ଛୁରାମାଡ଼ ହୋଇଛି। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ସିଦ୍ଦିପେଟ ଜିଲ୍ଲାର ଦୌଲତାବାଦ ମଣ୍ଡଳର ସୁରାମପଲ୍ଲୀ ଗ୍ରାମରେ ନିର୍ବାଚନ ପ୍ରଚାର ବେଳେ ଜଣେ ଅଜ୍ଞାତ ବ୍ୟକ୍ତି ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ଏହି ଘଟଣା ପରେ କୋଥାଙ୍କୁ ସିକନ୍ଦରାବାଦର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କୋଥା ତେଲେଙ୍ଗାନାର ମେଡକ ନିର୍ବାଚନ ମଣ୍ଡଳୀରୁ ସାଂସଦ ଅଛନ୍ତି। ସେ ବିପଦମୁକ୍ତ ଥିବା ପୁଲିସ କହିଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓରେ ନିଜ ଟିମ୍ ଘେରି ରହିଥିବା ସାଂସଦ ନିଜ ପେଟ କ୍ଷତରେ ହାତ ରଖିଥିବା ଦେଖିବାକୁ ମିଳୁଛି। ପେଟରେ ଆଘାତ ଲାଗିବାରୁ ସାଂସଦଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ପରେ ସେ ସୁରକ୍ଷିତ ଥିବା ପୁଲିସ କହିଥିଲା। ଅଭିଯୁକ୍ତକୁ ଅଟକ ରଖାଯାଇଛି।ସିଦ୍ଦିପେଟ୍ ପୋଲିସ କମିସନର ଏନ୍. ଶ୍ୱେତା କହିଛନ୍ତି, ସାଂସଦ କୋଠା ପ୍ରଭାକର ରେଡ୍ଡୀ ସୁରକ୍ଷିତ ଅଛନ୍ତି। ଦୌଲତାବାଦ ମଣ୍ଡଳର ସୁରାମପଲ୍ଲୀ ଗାଁରେ ଏହି ଘଟଣା ଘଟିଛି। ତାଙ୍କୁ ଗଜୱେଲ ସ୍ଥାନାନ୍ତର କରାଯାଇଛି। ଅଭିଯୁକ୍ତ ହାଜତରେ ଅଛି, ଆମେ ଘଟଣାର ତଦନ୍ତ କରୁଛୁ।






More Stories
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ରବି ମିତ୍ତଲ…..
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର…..
ଇରାନ ଉପରେ ବଙ୍କର ବଷ୍ଟର ମାଡ଼ କଲା ଆମେରିକା…..