ରିପୋର୍ଟ କାର୍ଡ / ଉତ୍ତରପ୍ରଦେଶ
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟରେ ପ୍ରଭାବିତ ହୋଇ ଅଯୋଧ୍ୟା ନିକଟରେ ଏକ ମନ୍ଦିର ନିର୍ମାଣ କରିଛନ୍ତି। ପ୍ରଭାକର ମୌର୍ଯ୍ୟ ନାମକ ଜଣେ ବ୍ୟକ୍ତି ଯୋଗୀଙ୍କ ପାଇଁ ଏକ ମନ୍ଦିର ନିର୍ମାଣ କରିଛନ୍ତି। ସେହି ମନ୍ଦିର ଭିତରେ ଯୋଗୀ ଆଦିତ୍ୟନାଥଙ୍କ ମୂର୍ତ୍ତି ସ୍ଥାପନ କରିଛନ୍ତି। ମୂର୍ତ୍ତିଟି ଅବିକଳ ଗେରୁଆ ରଙ୍ଗର ପରିଧାନ ସହ ହାତରେ ଧନୁ, ତୀର ଧରିଥିବା ଦେଖାଯାଇଛି। ଏହି ମନ୍ଦିରଟି ରାମ ଜନ୍ମଭୂମିଠାରୁ ପ୍ରାୟ ୨୫ କିଲୋମିଟର ଦୂର ପ୍ରୟାଗରାଜ ରାଜପଥର ଭରତକୁଣ୍ଡ ଅଞ୍ଚଳରେ ରହିଛି। ବିଶ୍ୱାସ କରାଯାଏ, ପ୍ରଭୁ ରାମଚନ୍ଦ୍ର ବନବାସ ଯିବାବେଳେ ଭରତ ତାଙ୍କୁ ଏହିଠାରେ ବିଦାୟ ଦେଇଥିଲେ। ପ୍ରଭାକର କହିଛନ୍ତି, ଯୋଗୀ ଜନକଲ୍ୟାଣ କାର୍ଯ୍ୟ ସହ ରାମମନ୍ଦିର ନିର୍ମାଣ କରୁଛନ୍ତି। ମୁଁ ତାଙ୍କ ମନ୍ଦିର ନିର୍ମାଣ କରିଛି। ଏହି ଖବର ପ୍ରଚାର ହେବାପରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କଡ଼ା ସମାଲୋଚନା କରିଛନ୍ତି|






More Stories
ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା…..
ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍…..
ରେପୋ ହାର ହ୍ରାସ…..