Report Card Odisha

| Daily Odia News

ବଢ଼ିଲା ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ…..

Suresh Chandra Mohapatra. (Photo Courtesy: Twitter)

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି ହୋଇଛି | ରାଜ୍ୟ ସରକାର ଆଉ ୬ ମାସ ବୃଦ୍ଧି କରିଛନ୍ତି । ତାଙ୍କ କାର୍ଯ୍ୟକାଳ ଦ୍ୱିତୀୟ ଥର ପାଇଁ ୬ ମାସ ବୃଦ୍ଧି ହୋଇଛି। ସେ ୨୮ ଫେବୃଆରୀ ୨୦୨୩ ପର୍ଯ୍ୟନ୍ତ ନିଜ ପଦରେ ରହିବେ | ଶ୍ରୀ ମହାପାତ୍ରଙ୍କର କାର୍ଯ୍ୟକାଳ ଅଗଷ୍ଟ ୩୧ ତାରିଖରେ ଶେଷ ହେବାର ଥିଲା । କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଗତକାଲି ରାଜ୍ୟ ସାଧାରଣ ପ୍ରଶାସନ ବିଭାଗକୁ ଲେଖା ଯାଇଥିବା ଚିଠିରେ ମୁଖ୍ୟ ସଚିବ ଶ୍ରୀ ମହାପାତ୍ରଙ୍କ କାର୍ଯ୍ୟକାଳ ୬ ମାସ ବୃଦ୍ଧିକୁ ଅନୁମୋଦନ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଗଷ୍ଟ ୧୦ ତାରିଖରେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଶ୍ରୀ ମହାପାତ୍ରଙ୍କ ମୁଖ୍ୟ ସଚିବ ଭାବେ ଆଉ ୬ ମାସ ବୃଦ୍ଧି କରିବାକୁ ଚିଠି  ଲେଖିଥିଲେ। ଉଲ୍ଲେଖ ଯୋଗ୍ୟ- ସୁରେଶ ମହାପାତ୍ର ହେଉଛନ୍ତି ୧୯୮୬ ବ୍ୟାଚ ଆଇଏଏସ ଅଫିସର ।

 

Breaking News