Report Card Odisha

| Daily Odia News

ଭୟଙ୍କର ବିମାନ ଦୁର୍ଘଟଣା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ନ୍ୟୁୟର୍କର ଲାଗାର୍ଡିଆ ବିମାନବନ୍ଦରରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି । ବିମାନବନ୍ଦରରେ ଟ୍ରକ ସହ ଧକ୍କା ହେଲା ଏୟାର କାନାଡା ଏକ୍ସପ୍ରେସ ବିମାନ। ଏକ ଅଗ୍ନିଶମ ଗାଡ଼ି ସହିତ ଧକ୍କା ହୋଇଥିବା ଜଣାପଡ଼ିଛି । ବିମାନ ବନ୍ଦରର ରନ ୱେ ନମ୍ବର ୪ରେ ଏ ଘଟଣା ଘଟିଥିଲା । ଏୟାର କାନାଡା ଏକ୍ସପ୍ରେସ ବିମାନ, CRJ-900, ଗାଡ଼ି ସହିତ ଧକ୍କା ହେବା ପରେ ଲାଗାର୍ଡିଆ ବିମାନବନ୍ଦରକୁ ବନ୍ଦ କରିଦିଆଯାଇଥିଲା । ବିମାନର ଆଗ ଭାଗ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛି । ଏ ଘଟଣାରେ ୪ ଜଣ ଅଗ୍ନିଶମ କର୍ମଚାରୀ ଆହତ ହୋଇଥିଲା ଜଣା ପଡିଛି । ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ (ATC) ଟାୱାରର ଅଡିଓ ସୋସିଆଲ ମିଡିଆରେ ପ୍ରକାଶ ପାଇଛି । ଯେଉଁଥିରେ ଅଧିକାରୀମାନେ ଭୟଭୀତ ହୋଇ “ବନ୍ଦ କରନ୍ତୁ, ବନ୍ଦ କରନ୍ତୁ, ବନ୍ଦ କରନ୍ତୁ!” ବୋଲି ଚିତ୍କାର କରୁଥିବା ଅଡିଓ ରହିଛି । ଏକ ରିପୋର୍ଟ ଅନୁଯାୟୀ, ପ୍ରାୟ ୧୦୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏୟାର କାନାଡା ଏକ୍ସପ୍ରେସ୍ CRJ-900 ବିମାନଟି ନ୍ୟୁୟର୍କର ଏକ ରନୱେରେ ଏକ ଅଗ୍ନିଶମ ଗାଡ଼ି ସହିତ ଧକ୍କା ହୋଇଥିବା ଜଣାପଡ଼ିଛି । ଏହି ଭୟଙ୍କର ଦୁର୍ଘଟଣା ପରେ ବିମାନର ସମ୍ମୁଖ ଭାଗ ଖଣ୍ଡ ଖଣ୍ଡ ହୋଇଯାଇଥିବା ଦେଖାଯାଇଛି । ବିମାନବନ୍ଦର ଅଧିକାରୀମାନେ ବିମାନବନ୍ଦରକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି ଏବଂ ସମସ୍ତ ଉଡ଼ାଣକୁ JFK ବିମାନବନ୍ଦରକୁ ସ୍ଥାନାନ୍ତରିତ କରାଯାଉଛି । ସୁଚନାଯୋଗ୍ୟ ଯେ, ପ୍ରାୟ ୧୦୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏୟାର କାନାଡା ଏକ୍ସପ୍ରେସ୍ CRJ-900 ବିମାନଟି ନ୍ୟୁୟର୍କର ଏକ ରନୱେରେ ଏକ ଅଗ୍ନିଶମ ଗାଡ଼ି ସହିତ ଧକ୍କା ହୋଇଥିବା ଜଣାପଡ଼ିଛି । ଏହି ଭୟଙ୍କର ଦୁର୍ଘଟଣା ପରେ ବିମାନର ସମ୍ମୁଖ ଭାଗ ଖଣ୍ଡ ଖଣ୍ଡ ହୋଇଯାଇଥିବା ଦେଖାଯାଇଛି । ବିମାନବନ୍ଦର ଅଧିକାରୀମାନେ ବିମାନବନ୍ଦରକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି ଏବଂ ସମସ୍ତ ଉଡ଼ାଣକୁ JFK ବିମାନବନ୍ଦରକୁ ସ୍ଥାନାନ୍ତରିତ କରାଯାଉଛି । ଏହି ଦୁର୍ଘଟଣାରେ ବହୁ ସଂଖ୍ୟାରେ ମୃତାହତ ହେବାର ଆଶଙ୍କା କରାଯାଉଛି ।

Breaking News