ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅଗଷ୍ଟ ୧୫ରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବା(LeT) ଓ ଜୈଶ-ଏ-ମହମ୍ମଦ(JeM) ଭାରତରେ ଆକ୍ରମଣ ପାଇଁ ଯୋଜନା କରିଛି । ମିଳିଥିବା ସୂଚନା ଅନୁସାରେ, ଆତଙ୍କବାଦୀଙ୍କ ଟାର୍ଗେଟ୍ରେ ସୁରକ୍ଷାକର୍ମୀ ଓ ସାଧାରଣ ସ୍ଥାନ ଯେପରିକି ରେଲ୍ୱେ ଷ୍ଟେସନ ଇତ୍ୟାଦି ରହିଛି। ଏନେଇ ଗୁଇନ୍ଦା ତଥ୍ୟ ମିଳିବା ପରେ ସୁରକ୍ଷାକର୍ମୀଙ୍କୁ ଏସମ୍ପର୍କରେ ଅବଗତ କରାଯିବା ସହ ହାଇ ଆଲର୍ଟ କରାଯାଇଛି। ଆତଙ୍କବାଦୀ ସଂଗଠନର ପ୍ରଥମ ଟାର୍ଗେଟ୍ ଦିଲ୍ଲୀ ଥିବାବେଳେ ଆକ୍ରମଣ ଯୋଜନା ନେଇ ସୂଚନା ମିଳିବା ପରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି। ବୈଦେଶିକ ସଂଗଠନ ବ୍ୟତୀତ ଗୁଇନ୍ଦା ସଂସ୍ଥା ମଧ୍ୟ ଦେଶରେ ଆତଙ୍କବାଦୀ ଆକ୍ରମଣ ନେଇ ସୂଚନା ପାଇଛନ୍ତି। ଚଳିତ ବର୍ଷ ଫେବୃଆରୀରେ ଗୁଇନ୍ଦା ସଂସ୍ଥା ଦିଲ୍ଲୀ ଓ ଦିଲ୍ଲୀ ବାହାରେ ସର୍ବସାଧାରଣ ସ୍ଥାନରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଆକ୍ରମଣ ନେଇ ସୂଚନା ପାଇଥିଲା।






More Stories
ଏନଡିଏ ବୈଠକରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ…..
ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଲେ ମୋଦୀ…..
EV କିଣୁଥିବା ଗ୍ରାହକ ଖୁସି!…..