ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜମ୍ମୁ କଶ୍ମୀର ପୁଲୱାମା ଜିଲ୍ଲାରେ ସୁରକ୍ଷା ବାହିନୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା |ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିପାତ ହୋଇଥିବା ନେଇ ସେନା ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି। ଅଧିକାରୀମାନେ କହିଛନ୍ତି ଯେ, ଗତକାଲି ପୁଲୱାମାର ଆରିହଲ ଅଞ୍ଚଳର ନ୍ୟୁ କଲୋନୀରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଅପରେସନ ଜାରି ରହିଥିବା ବେଳେ ଏଥିରେ ଜଣେ ଆତଙ୍କୀକୁ ନିପାତ କରାଯାଇଛି। ନିପାତ ଆତଙ୍କବାଦୀ କିଏ ଏବଂ କେଉଁ ଗୋଷ୍ଠୀର ଜଣାପଡି ନାହିଁ | ପ୍ରକାଶ ଥାଉ କି, ନିକଟରେ ମଧ୍ୟ ସୁରକ୍ଷାକର୍ମୀ ଓ ଅତଙ୍କାବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଦୁର୍ଭାଗ୍ୟବଶତଃ ରଜୌରୀରେ ଅଞ୍ଚଳରେ ଆତଙ୍କୀଙ୍କ ସହ ଲଢିବା ସମୟରେ ଦୁଇ ଜଣ କ୍ୟାପ୍ଟେନଙ୍କ ସମେତ ତିନି ଜଣ ଯବାନ ସହିଦ ହୋଇଥିଲେ। ସ୍ଥାନୀୟ ଅଞ୍ଚଳରେ ଆତଙ୍କୀ ଲୁଚିଥିବା ସନ୍ଦେହରେ ସର୍ଚ୍ଚ ଅପରେସନ କରୁଛନ୍ତି ସୁରକ୍ଷାକର୍ମୀ।






More Stories
ତାରିକ ରହମାନଙ୍କ ଶପଥ ଗ୍ରହଣରେ ଯୋଗଦେବେ ଓମ୍ ବିର୍ଲା…..
ଗର୍ଲଫ୍ରେଣ୍ଡକୁ ସୁଟକେଶରେ ପୁରାଇ ଦେଲେ…..
ଆରାବଳୀକୁ କାହାକୁ ଛୁଇଁବାକୁ ଦେବୁ ନାହିଁ……