Report Card Odisha

| Daily Odia News

ଆତଙ୍କବାଦୀଙ୍କ ଟାର୍ଗେଟରେ ଇମ୍ରାନ ଖାନ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ  ଇ  ଇନସାଫ ଅଧ୍ୟକ୍ଷ ଇମ୍ରାନ ଖାନ ଏବେ ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛନ୍ତି । ଏହା ଜଣାପଡିବା ପରେ କାଉଣ୍ଟର ଟେରରିଜିମ ଡିପାର୍ଟମେଣ୍ଟର ଖାଇବର ପାଖତୁନୁୱା ୱିଙ୍ଗ ପକ୍ଷରୁ ତାଙ୍କର ସୁରକ୍ଷା ପାଇଁ ବର୍ତ୍ତମାନର ସରକାରଙ୍କୁ ସତର୍କ କରାଇ ଦିଆଯାଇଛି। ଏଥିପାଇଁ ଆତଙ୍କବାଦୀମାନେ ଆଫଗାନିସ୍ତାନର ଜଣେ ହତ୍ୟାକାରୀଙ୍କ ସହାୟତା ଲୋଡ଼ିଥିବା ମଙ୍ଗଳବାର ସେଠାକାର ଏକ ଗଣମାଧ୍ୟମ ରିପୋର୍ଟ ପ୍ରରଶ କରିଛି। ୩ଦିନ ତଳେ ପାକିସ୍ତାନ  ତେହେରିକ  ଇ ଇନସାଫର କିଛି ନେତା ବି ଅନୁରୂପ କଥା କହି ଉଦବେଗ ପ୍ରକାଶ କରିଛନ୍ତି। ଦଳର ନେତା ଫାୟାଜ ଚୋହାନ ବି ସେହି ଏକା କଥା କହିଛନ୍ତି। ଗତ ଏପ୍ରିଲ ମାସରେ ନୋ ଟ୍ରଷ୍ଟ ଭୋଟ ମାଧ୍ୟମରେ ଇମ୍ରାନ ଖାନଙ୍କ ସରକାର ଭାଙ୍ଗିଯାଇଥିଲା। ବିଦେଶୀ ଷଡଯନ୍ତ୍ର ସହକାରେ ତାଙ୍କ ସରକାରଙ୍କୁ ଭାଙ୍ଗି ଦିଆଯାଇଛି ବୋଲି ଇମ୍ରାନ ଦାବି କରି ତାଙ୍କ ଜୀବନ ପ୍ରତି ବିପଦ ଥିବା କଥା କହିଥିଲେ। ଏଭଳି ଅଭିଯୋଗ ପରେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ତାଙ୍କୁ ସୁରକ୍ଷା ଯୋଗାଇଦେବାକୁ ଗତ ମାସରେ ଆଭ୍ୟନ୍ତରୀଣ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେଇଥିଲେ।

Breaking News