Report Card Odisha

| Daily Odia News

୨୪ରେ ଫ୍ଲୋର ଟେଷ୍ଟ ଦେବେ ନୀତୀଶ କୁମାର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଅଗଷ୍ଟ ୨୪ରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଧାନସଭାରେ ଫ୍ଲୋର ଟେଷ୍ଟଦେବେ | ନୀତୀଶ ଙ୍କୁ ନିଜର ବହୁମତ ସାବ୍ୟସ୍ତ କରିବାକୁ ପଡିବ । ଗତକାଲି ନୀତିଶ ବିହାରର ଅଷ୍ଟମ ଥର ପାଇଁମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ | ବିଜେପି ସହ ମେଣ୍ଟ ଭାଙ୍ଗି ପୁଣି ଥରେ ଆରଜେଡି ସହ ମିଶି ବିହାରରରେ ମହାଗଠବନ୍ଧନ ସରକାର ଗଢ଼ିଛନ୍ତି। ବିଜେପି ହାତ ଛାଡ଼ିବା ପରେ ଆରଜେଡି ଓ କଂଗ୍ରେସ ସହ ୭ଟି ଦଳର ସମର୍ଥନରେ ରାଜ୍ୟରେ ନୂଆ ମହାମେଣ୍ଟ ସରକାରର ଶାସନ ଆରମ୍ଭ କରିଛନ୍ତି ନୀତୀଶ କୁମାର। ଉଲ୍ଲେଖ ଯୋଗ୍ୟ- ନୀତୀଶ କୁମାର ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଆରଜେଡିର ତେଜସ୍ୱୀ ଯାଦବ ଦ୍ୱିତୀୟ ଥର ପାଇଁ ହୋଇଛନ୍ତି ଡେପୁଟି ମୁଖ୍ୟମନ୍ତ୍ରୀ ।

Breaking News