Report Card Odisha

| Daily Odia News

ଶିକ୍ଷକ ଚାକିରି ପାଇଁ ଟିଇଟି ବାଧ୍ୟତାମୂଳ:ଶିକ୍ଷକଙ୍କ ସ୍ୱାର୍ଥ ଦେଖାଯିବ……

ରିପୋର୍ଟ କାର୍ଡ / ଭୁବନେଶ୍ବର

ଶିକ୍ଷକ ନିଯୁକ୍ତି ପାଇଁ ଟିଇଟି (ଟିଚର୍ସ ଇଲିଜିବିଲିଟି ଟେଷ୍ଟ୍‌)କୁ ସୁପ୍ରିମକୋର୍ଟ ବାଧ୍ୟତାମୂଳକ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଯେଉଁମାନେ ଶିକ୍ଷକ ହେବାପାଇଁ ଆଶାୟୀ ସେମାନେ ଟିଇଟି ଯୋଗ୍ୟତା ହାସଲ କରିବା ଅନିବାର୍ଯ୍ୟ। ଏଥିସହ ବର୍ତ୍ତମାନ ଶିକ୍ଷକତା କରୁଥିବା ଶିକ୍ଷକମାନେ ମଧ୍ୟ ପଦୋନ୍ନତି ପାଇବା ପାଇଁ ଟିଇଟି ଯୋଗ୍ୟତା ହାସଲ କରିବା ବାଧ୍ୟତାମୂଳକ। ଏହି ରାୟ ପ୍ରକାଶ ପାଇବା ପରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ବିଭାଗ ଏହା ଉପରେ ତର୍ଜମା କରିବ। ଶିକ୍ଷକଙ୍କ ସ୍ୱାର୍ଥ ମଧ୍ଯ ଦେଖାଯିବ। ଅନ୍ୟ ରାଜ୍ୟଗୁଡ଼ିକ କଣ ବିଚାରବିମର୍ଶ କରୁଛନ୍ତି ତାକୁ ମଧ୍ଯ ନଜରରେ ରଖାଯିବ। ଅନେକ ଶିକ୍ଷକ ପୂର୍ବରୁ ବିନା ଓଟିଇଟିରେ ଶିକ୍ଷକତା କରୁଛନ୍ତି। କାରଣ ସେମାନଙ୍କ ପାଇଁ ନିର୍ଦିଷ୍ଟ ପରୀକ୍ଷା ବ୍ୟବସ୍ଥା ନଥିଲା। ଏବେ ଗାଇଡଲାଇନ ହୋଇଛି। ତେଣୁ କଣ କରାଯାଇପାରିବ ତାହା ଉପରେ ଆଲୋଚନା କରିବ ବିଭାଗ।

Breaking News