ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରକ୍ତରେ ରଂଜିତ ହେଲା ଆମେରିକା ଟେକ୍ସାସ୍ର ୱାର୍ଲ୍ଡ ସହରରେ ଥିବା ରୋବ ଏଲିମେଣ୍ଟାରୀ ସ୍କୁଲ । ଟେକ୍ସାସ୍ ଅନ୍ତର୍ଗତ ୟୁଭାଲ୍ଡି କାଉଣ୍ଟିସ୍ଥିତ ଏକ ଏଲିମେଣ୍ଟାରି ସ୍କୁଲ୍ରେ ଜଣେ ତରୁଣ ବନ୍ଧୁକଧାରୀ ଗୁଳି ଚଳାଇବାରୁ ୨୧ଜଣ ଙ୍କର ମୃତ୍ୟୁ ହୋଇଛି | ଏନେଇ ଟେକ୍ସାସ୍ର ଗଭର୍ଣ୍ଣର୍ ଗ୍ରେଗ୍ ଆବୋଟ୍ ସୂଚନା ଦେଇଛନ୍ତି । ନିହତମାନଙ୍କ ମଧ୍ୟରେ ଅଛନ୍ତି ୧୮ଜଣ ଛାତ୍ରଛାତ୍ରୀ ଏବଂ ୩ଜଣ ପ୍ରାପ୍ତବୟସ୍କ। ସାଲ୍ବାଡର୍ ରାମୋସ୍ ନାମଧ୍ୟେୟ ଉକ୍ତ ୧୮ ବର୍ଷିୟ ସନ୍ଦିଗ୍ଧ ବନ୍ଧୁକଧାରୀଜଣଙ୍କ ଘଟଣାସ୍ଥଳରେ ପୋଲିସ ଅଧିକାରୀଙ୍କ ଗୁଳି ଚୋଟରେ ପ୍ରାଣ ହରାଇଥିବା କଥା ଆବୋଟ୍ କହିଛନ୍ତି। ଆତତାୟୀଙ୍କ ପାଖରେ ଗୋଟାଏ ରିଭଲ୍ଭର୍ ଏବଂ ଗୋଟାଏ ରାଇଫଲ୍ ଥିଲା ବୋଲି ମନେହେଉଛି। ଏକ ସାମ୍ବାଦିକ ସମ୍ମିଳନୀରେ ଗଭର୍ଣ୍ଣର୍ ଗ୍ରେଗ୍ ଆବୋଟ୍ କହିଛନ୍ତି, ମଧ୍ୟାହ୍ନ ବେଳକୁ ‘ରବ୍ ଏଲିମେଣ୍ଟାରି ସ୍କୁଲ୍’ ଅଭିମୁଖେ ଆସିବା ପୂର୍ବରୁ ୧୮ ବର୍ଷିୟ ବନ୍ଧୁକଧାରୀଜଣକ ତାଙ୍କ ଜେଜୀଙ୍କୁ ଗୁଳିମାରି ହତ୍ୟା କରିଥିଲେ। ଚଳାଉଥିବା ଗାଡ଼ି ବାହାରେ ରଖି ଗୋଟାଏ ପିସ୍ତଲ୍ ଏବଂ ଗୋଟାଏ ରାଇଫଲ୍ ଧରି ସେ ସ୍କୁଲ୍ ମଧ୍ୟକୁ ପ୍ରବେଶ କରିଥିଲେ। ଗଭର୍ଣ୍ଣର୍ କହିଛନ୍ତି, ଗୁଳି ବିନିମୟ ବେଳେ ୨ଜଣ ପୁଲିସ ଅଧିକାରୀ ମଧ୍ୟ ଗୁଳିଚୋଟ ଖାଇଛନ୍ତି, କିନ୍ତୁ ସେମାନେ ବଞ୍ଚିଯିବେ ବୋଲି ଆଶା। ମୃତ ବ୍ୟକ୍ତିଙ୍କ ଛଡ଼ା, କେତେ ଜଣ ଆହତ ହୋଇଛନ୍ତି ତାହା ତୁରନ୍ତ ଜଣାପଡ଼ି ନ ଥିଲେ ବି ଏକାଧିକ ଆହତ ହୋଇଥିବା କଥା ପୋଲିସ କହିଛି। ଫେଡେରାଲ୍ ଆଇନ ପ୍ରଣୟନକାରୀ ଅଧିକାରୀମାନେ କହୁଛନ୍ତି କି, ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି। ହ୍ବାଇଟ୍ ହାଉସ୍ କହିବା ଅନୁସାରେ, ଗୁଳିକାଣ୍ଡ ଘଟଣା ସଂକ୍ରାନ୍ତରେ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କୁ ଚୁମ୍ବକେ କୁହାଯାଇଛି। ଦକ୍ଷିଣ କୋରିଆ ଏବଂ ଜାପାନରୁ ୫ଦିନିଆ ଗସ୍ତରୁ ଫେରିବା ପରେ ଆଜି ଏ ପ୍ରସଙ୍ଗରେ ସେ ଜାତି ଉଦ୍ଦେଶ୍ୟରେ ଅଭିଭାଷଣ ଦେବେ। ଏହି ଦୁଃଖଦ ଘଟଣା ପାଇଁ ଶୋକ ପାଳନପୂର୍ବକ ମେ ୨୮ ତାରିଖ ପର୍ଯ୍ୟନ୍ତ ଜାତୀୟ ପତାକା ଅର୍ଦ୍ଧ-ନମିତ ରଖିବା ଲାଗି ରାଷ୍ଟ୍ରପତି ବାଇଡେନ୍ ଆଦେଶ ଦେଇଛନ୍ତି। ପରିଚୟ ଗୁପ୍ତ ରଖିବା ସର୍ତ୍ତରେ ଗଣମାଧ୍ୟମକୁ ଜଣେ ଆଇନ ପ୍ରଣୟନକାରୀ ଅଧିକାରୀ କହିଛନ୍ତି, ଗୁଳିକାଣ୍ଡ ଆରମ୍ଭ ହେବା ସମୟରେ ନିକଟବର୍ତ୍ତୀ ଅଞ୍ଚଳରେ ଥିବା ଜଣେ ‘ବର୍ଡର୍ ପାଟ୍ରୋଲ୍ ଏଜେଣ୍ଟ୍’ଙ୍କ ଗୁଳି ଚୋଟରେ ବନ୍ଧୁକଧାରୀଙ୍କର ମୃତ୍ୟୁ ଘଟିଛି।






More Stories
ସିଏମ୍-ପିଏମ୍ ଆଲୋଚନା…..
KYC ବିନା ଚାଲିବନି ଫେସବୁକ୍-ଇନଷ୍ଟାଗ୍ରାମ !…..
ନଦୀକୁ ଖସିଲା ବସ୍,୨୩ ମୃତ…..