ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
NCERT ଶ୍ରେଣୀ ୮ ପାଠ୍ୟପୁସ୍ତକରେ ‘ନ୍ୟାୟିକ ଦୁର୍ନୀତି’ ଉପରେ ଏକ ଅଧ୍ୟାୟ ଅନ୍ତର୍ଭୁକ୍ତ କରିବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଶୀଘ୍ର ଶୁଣାଣି କରିବାକୁ ଆଶ୍ୱାସନା ଦେଇଛନ୍ତି। ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ କହିଛନ୍ତି, ମୁଁ ଏହି ମାମଲାର ବିଚାର କରିଛି। ରାଗି ଯାଇ କହିଛନ୍ତି, ନ୍ୟାୟପାଳିକାକୁ ବଦନାମ କରିବାକୁ କାହାକୁ ଅନୁମତି ଦିଆଯିବ ନାହିଁ। ଏହି ମାମଲାର ଶୀଘ୍ର ଶୁଣାଣି କରାଯିବ।ବୁଧବାର ବରିଷ୍ଠ ଓକିଲ କପିଲ ଶିବଲ ଏବଂ ଅଭିଷେକ ମନୁ ସିଂଘ୍ଭି ତାଙ୍କ ସହିତ ଏହି ପ୍ରସଙ୍ଗ ଉଠାଇବା ସମୟରେ ମୁଖ୍ୟ ବିଚାରପତି ଏହି ଘୋଷଣା କରିଥିଲେ। CJI କହିଛନ୍ତି, ଦେଶସାରା ଓକିଲ ଏବଂ ବିଚାରପତିମାନେ ଏ ବିଷୟରେ ଚିନ୍ତିତ। ନ୍ୟାୟପାଳିକାର ମୁଖ୍ୟ ଭାବରେ, ମୁଁ ମୋର ଭୂମିକା ନିର୍ବାହ କରିବି।





More Stories
କୃଷକଙ୍କୁ ବଡ଼ ଭେଟି…..
ଟିଭି କାର୍ଯ୍ୟକ୍ରମ ଅଧାରୁ ଉଠି ପଳାଇଲେ ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦ…..
ସାମରିକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୪ ମୃତ…..