Report Card Odisha

| Daily Odia News

ବିଜେଡି ପରୋକ୍ଷରେ କଂଗ୍ରେସକୁ ଆଗକୁ ଟେକି ପଛରୁ ନିଆଁ ତେଜୁଛି…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ବିଧାନସଭା ଚାଲିଥିବା ସମୟରେ କଂଗ୍ରେସ ବିଧାୟକମାନେ ଯେଉଁ ଭଳି ବିଶୃଙ୍ଖଳା ସୃଷ୍ଟି କଲେ, ତାହା ଅତ୍ୟନ୍ତ ନିନ୍ଦନୀୟ। ଆଜି ଏଭଳି ମନ୍ତବ୍ୟ ଦେଇଛନ୍ତି ବିଜେପି ବିଧାୟକ ବାବୁ ସିଂହ। ସେ କହିଛନ୍ତି, ନିର୍ଦ୍ଦିଷ୍ଟ ବ୍ୟକ୍ତି ଯଦି ଚାହୁଁଥିବେ ତାଙ୍କ ଏଜେଣ୍ଡା ନେଇ ବିଧାନସଭାକୁ ଚଳେଇ ନ ଦେବେ, ତାହା ଗ୍ରହଣୀୟ ନୁହେଁ। କଂଗ୍ରେସର ସଭାପତି ବାହାରେ ରହି ବିଧାନସଭାକୁ ବନ୍ଦ କରାଯିବ ତାହା ଠିକ ନୁହେଁ। ବିଜେଡି ପରୋକ୍ଷରେ କଂଗ୍ରେସକୁ ଆଗକୁ ଟେକି ପଛରୁ ନିଆଁ ତେଜୁଛି। ତାହାବି ସମସ୍ତଙ୍କୁ ଜଣାଅଛି | ଏମିତି ବିଧାନସଭାରେ ଚଳିବ ନାହିଁ। ବିଧାନସଭା କାହା ନିର୍ଦ୍ଦେଶରେ ଚାଲିବ ନାହିଁ, କେବଳ ବାଚସ୍ପତିଙ୍କ ନିଷ୍ପତ୍ତିରେ ଚାଲେ। ବିଜେପି ସରକାର ଗୃହକୁ ଶାନ୍ତିଶୃଙ୍ଖଳାର ସହ ଚଲେଇବା ସବୁବେଳେ ପ୍ରସ୍ତୁତ | କଂଗ୍ରେସ ବିଧାୟକ ଯେଉଁ ଭଳି ବିଶୃଙ୍ଖଳା କରୁଛନ୍ତି, ତାହା ଗଣତନ୍ତ୍ର ପାଇଁ ଠିକ ନୁହେଁ। ବାରମ୍ବାର ସର୍ବଦଳୀୟ ବୈଠକ ଡାକିବା ପରେ ମଧ୍ୟ ସେମାନେ ତାଙ୍କ କାର୍ଯ୍ୟରୁ ବିରତ ହେଲେ ନାହିଁ। ଯେଉଁ ଅଭିଯୋଗ ହେଉଛି ପୁଲିସ ଆକ୍ସନ କଥା ତାହା ଜମା ବି ହୋଇ ନାହିଁ। ବାଚସ୍ପତି ଯାହା ବି ନିର୍ଦ୍ଦେଶ ଦେଇଛନ୍ତି ତାହା ସମ୍ପୂର୍ଣ୍ଣ ଠିକ୍। ଏଣେ, ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି, ଗଣତନ୍ତ୍ରରେ ପ୍ରତିବାଦ କରିବାର ସମସ୍ତଙ୍କର ଅଧିକାର ରହିଛି। କିନ୍ତୁ କେଉଁ ଭଳି ପ୍ରତିବାଦ ହେଉଛି ତାହା ଓଡ଼ିଶାବାସୀ ଦେଖୁଛନ୍ତି | ଟିକସଦାତାଙ୍କ ପଇସାକୁ ପାଣିରେ ପକେଇ ଗଣତନ୍ତ୍ରକୁ ହତ୍ୟା କରିବାକୁ କିଏ ଅଧିକାର ଦେଲା? ଠିକ୍ ସେହିପରି ବିଜେପି ବିଧାୟକ ସନାତନ ବିଜୁଳି କହିଛନ୍ତି, ବିଜେପି ସରକାର ଗୃହକୁ ଶାନ୍ତିଶୃଙ୍ଖଳାର ସହ ଚଲେଇବା ସବୁବେଳେ ପ୍ରସ୍ତୁତ | କଂଗ୍ରେସ ବିଧାୟକ ଯେଉଁ ଭଳି ବିଶୃଙ୍ଖଳା କରୁଛନ୍ତି, ତାହା ଗଣତନ୍ତ୍ର ପାଇଁ ଠିକ ନୁହେଁ। ବାରମ୍ବାର ସର୍ବଦଳୀୟ ବୈଠକ ଡାକିବା ପରେ ମଧ୍ୟ ସେମାନେ ତାଙ୍କ କାର୍ଯ୍ୟରୁ ବିରତ ହେଲେ ନାହିଁ। ଯେଉଁ ଅଭିଯୋଗ ହେଉଛି ପୁଲିସ ଆକ୍ସନ କଥା ତାହା ଜମା ବି ହୋଇ ନାହିଁ। ବାଚସ୍ପତି ଯାହା ବି ନିର୍ଦ୍ଦେଶ ଦେଇଛନ୍ତି ତାହା ସମ୍ପୂର୍ଣ୍ଣ ଠିକ୍।

Breaking News