Report Card Odisha

| Daily Odia News

ମହାକୁମ୍ଭରେ ଓଲଟିଲା ଡଙ୍ଗା,ଶ୍ରଦ୍ଧାଳୁ ନିଖୋଜ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମହାକୁମ୍ଭରୁ ଆସିଲା ଆଉ ଏକ ଅଘଟଣର ଖବର । ସଂଗମ ସ୍ଥଳରେ ଓଲଟିଲା ବୋଟ୍ । ତ୍ରିବେଣୀ ଘାଟରେ ଡଙ୍ଗାରୁ ଓହ୍ଲାଇଲା ବେଳେ ଓଲଟି ପଡିଲେ ସମସ୍ତେ । ବୋଟ୍ ଦୁର୍ଘଟଣାରେ ୭ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୨ ଜଣ ଏବେବି ନିଖୋଜ ଥିବା ସୂଚନା ମିଳିଛି । ତେବେ ମଙ୍ଗଳବାର ଅପରାହ୍ଣରେ ଗୋଟେ ଛୋଟ ଡଙ୍ଗାରେ ୯ ଜଣ ଶ୍ରଦ୍ଧାଳୁ ବସି ସଙ୍ଗମ୍ ଘାଟକୁ ଯାଇଥିଲେ । ପାଣି ଉପରେ ସମସ୍ତେ ମଜା ନେଇ ସଙ୍ଗମରେ ବୁଡ ପକାଇବାକୁ ଯାଉଥିଲେ, ସମସ୍ତେ ଲାଇଫ୍ ଜାକେଟ୍ ବି ପିନ୍ଧିଥିଲେ । ହେଲେ ସଙ୍ଗମ୍ ଘାଟ ପାଖାପାଖି ବୋଟ୍ ଯେତେବେଳେ ପହଞ୍ଚିଥିଲା ସମସ୍ତେ ଲାଇଫ ଜାକେଟ୍ ଖୋଲି ଦେଇ ଛିଡା ହୋଇ ଓହ୍ଲାଇବାକୁ ଅପେକ୍ଷା କରିଥିଲେ ଆଉ ସେହି ସମୟରେ ଏକା ସାଙ୍ଗରେ ସମସ୍ତେ ଉଠିପଡିବା କାରଣରୁ ଡଙ୍ଗାଟି ଭାରସାମ୍ୟ ହରାଇ ଏକପାଖିଆ ଓଲଟିପଡିଥିଲା । ତା ସହ ଗତକାଲି ସଂଗମରେ ପାଣିର ସ୍ରୋତ ଟିକେ ଅଧିକ ଥିଲା ତେଣୁ ଏପରି ହେଲା । ଡଙ୍ଗାରେ ବସିଥିବା ଯାତ୍ରୀମାନେ କିଛି ଡେରାଡୁନର ଏବଂ କିଛି ବେଙ୍ଗାଲୁରୁରୁ ଥିଲେ । ସମସ୍ତେ ନିଜ ନିଜ ପରିବାର ସହ ମହାକୁମ୍ଭ ବୁଲି ଆସିଥିଲେ । ଦୁର୍ଘଟଣା ପରେ ୱାଟର ଆମ୍ବୁଲାନ୍ସରେ ଗୁରୁତରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଜଣେ ମହିଳା ଓ ଜଣେ ପୁରୁଷ ନିଖୋଜ ଥିବା ସୂଚନା ମିଳିଛି ।

Breaking News