Report Card Odisha

| Daily Odia News

ବାଛୁରୀ ପାଟିରେ ଫୁଟିଛି ବାରୁଦ…..

ରିପୋର୍ଟ କାର୍ଡ / କେନ୍ଦୁଝର

ହାତୀ ପରେ ଗାଈ ଆଉ ଏବେ ବାଛୁରୀ । କାରଣ ବାଛୁରୀ ପାଟିରେ ଫୁଟିଛି ମଣିଷ ତିଆରି ବାରୁଦ । ଆନନ୍ଦପୁରରେ ଉପଖଣ୍ଡ ଘଷିପୁରା ଥାନା ଦରଖଳା ଗାଁରେ ନଜର ଆସିଛି ଏପରି ଘଟଣା । ବାରହା ଶିକାର ପାଇଁ ଖଞ୍ଜାଯାଇଥିବା ବୋମା ଫୁଟିଛି ବାଛୁରୀ ପାଟିରେ ।ସୂଚନା ଥାଉକି, ବାରହା ଶିକାର ପାଇଁ ଖଞ୍ଜା ଯାଇଥିଲା ବୋମା । ଖଦ୍ୟ ଭାବି, ସେହି ବୋମାକୁ ଏକ ବାଛୁରୀ ଚୋବାଇ ଦେବାରୁ ବାଛୁରୀ ମୁହଁରେ ବୋମା ଫୁଟି ଗୁରୁତର ହୋଇଛି । ଗୁରୁତର ବାଛୁରୀ ଦରଖଳା ଗାଁର ଭୀମ ମୁଣ୍ଡାଙ୍କର ବୋଲି ଜଣାଯାଇଛି । ବାଛୁରୀଟି ଗାଁ ପାଖ ଜଙ୍ଗଲ ନିକଟରେ ଚରୁଥିବା ସମୟରେ ସେଠାରେ ଖଞ୍ଜା ଯାଇଥିବା ବୋମାକୁ ଖାଇଦେବାରୁ ତା ପାଟିରେ ବୋମା ଫୁଟିଯାଇଥିଲା । ତେବେ ଗୁରୁତର ବାଛୁରୀ ର କୈଣସି ଚିକିତ୍ସା କରାଯାଇପରି ନାହିଁ । ବୋମା ଖଞ୍ଜି ଥିବା ଦୃର୍ବୃତ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।

Breaking News