ରିପୋର୍ଟ କାର୍ଡ଼ / ଭୁବନେଶ୍ୱର
ପବିତ୍ର ଅଶୋକାଷ୍ଟମୀରେ ଗୁରୁବାର ଭକ୍ତିମୟ ହୋଇଛି ଏକାମ୍ର କ୍ଷେତ୍ର। ମହାପ୍ରଭୁ ଶ୍ରୀଲିଙ୍ଗରାଜ ରଥାରୂଢ଼ ହୋଇ ରାମେଶ୍ବର ମନ୍ଦିର ଅଭିମୁଖେ ଯାତ୍ରା କରିଛନ୍ତି। ମନ୍ଦିର ପ୍ରଶାସନର ସ୍ବତନ୍ତ୍ର ନୀତିନିର୍ଘଣ୍ଟର ପ୍ରାୟ ୧ଘଣ୍ଟା ୧୫ମିନିଟ୍ ବିଳମ୍ବରେ ଅପରାହ୍ଣ ୩ଟା ୪୫ରେ ରଥଟଣା ଆରମ୍ଭ ହୋଇଥିଲା। କିନ୍ତୁ ରଥ ପାଦେ ଗଡ଼ିବା ପରେ ଆଉ ଆଗକୁ ଗଡ଼ିନଥିଲା। ଦୁଇଟି ରଥ ଦଉଡ଼ିରୁ ବାମପାଖ ରଥ ଦଉଡ଼ି ଛିଣ୍ଡି ଯାଇଥିଲା। ମନ୍ଦିର ପ୍ରଶାସନ ପକ୍ଷରୁ ଛିଣ୍ଡା ଦୌଡ଼ି କଢ଼ାଯାଇ ସାନି ଆଉ ଏକ ଦଉଡ଼ି ବନ୍ଧାଯିବା ପରେ ରଥଟଣା ହୋଇଥିଲା। ଦଉଡ଼ି ବଦଳାଇବାକୁ ପ୍ରାୟ ଅଧଘଣ୍ଟା ଲାଗିଥିଲା। ରଥ ଆଗକୁ ଗଡ଼ିବା ପୂର୍ବରୁ ବଡୁ ସାହିର ଏକ ଦୋକାନକୁ ମାଡ଼ି ଯାଇଥିଲା। ସେବାୟତ ତାହାକୁ ହଟାଇବା ପରେ ରଥ ବଢ଼େଇବାଙ୍କ ଛକ ମୋଡ଼ ଦେଇ ରଥ ବାଟ କୂଅ ମୁହଁ ବଡୁ ସାହି ନିକଟରେ ପହଞ୍ଚିବା ପରେ ପ୍ରବଳ ବର୍ଷା ହୋଇଥିଲା। ବର୍ଷା ଛାଡ଼ିବା ପରେ ପୁଣି ରଥଟଣା ହୋଇଥିଲା। ଜଣେ ସେବାୟତଙ୍କ ଘରକୁ ମାଡ଼ି ଯାଇଥିଲା। ସେଠାରୁ ସେବାୟତ ରଥକୁ ସଳଖ କରିବା ପରେ ପୂଜାପଣ୍ଡା ନିଯୋଗ କାର୍ଯ୍ୟାଳୟ ଠାରେ ସନ୍ଧ୍ୟା ୬ଟା ୧୦ରେ ରଥଟଣା ବନ୍ଦ କରାଯାଇଥିଲା। ଆଜି ଅପରାହ୍ଣ ୨ଟାରୁ ପୁଣି ରଥଟଣା ହେବ।






More Stories
ରିଙ୍କୁ ଉପଅଧିନାୟକ….
ପଶ୍ଚିମବଙ୍ଗ ଯିବେ ମୁଖ୍ୟମନ୍ତ୍ରୀ…..
ବଜେଟ ରେ ସଂସ୍କାର କୁ ଗୁରୁତ୍ବ…..