ରିପୋର୍ଟ କାର୍ଡ / ପୁରୀ
ସୁନାବେଶ ଅବସରରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ମହଣ ମହଣ ସୁନାର ଅଳଙ୍କାରରେ ସଜ୍ଜିତ ହୋଇ ଦୁର୍ଲ୍ଲଭ ସୁନାବେଶ ଧାରଣ କରିଛନ୍ତି । ଶ୍ରୀଗୁଣ୍ଡିଚା ମନ୍ଦିରରୁ ବାହୁଡ଼ା ଯାତ୍ରା ପରେ ରଥ ଉପରେ ମହାପ୍ରଭୁଙ୍କ ଏହି ଅନନ୍ୟ ବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ସୁନାର ମୁକୁଟ, ହାତ, ପାଦ, ଛାତି ଓ ବିଭିନ୍ନ ଦିବ୍ୟ ଅଳଙ୍କାରରେ ସୁସଜ୍ଜିତ ତିନି ଠାକୁରଙ୍କ ଅପୂର୍ବ ରୂପ ଦେଖି ଭକ୍ତମାନେ ଭାବବିହ୍ୱଳ ହୋଇଛନ୍ତି । ଦେଶର ବିଭିନ୍ନ ପ୍ରାନ୍ତ ସହ ବିଦେଶରୁ ମଧ୍ୟ ଭକ୍ତମାନେ ମହାପ୍ରଭୁଙ୍କ ଦିବ୍ୟ ବେଶ ଦର୍ଶନ ପାଇଁ ପୁରୀରେ ପହଞ୍ଚିଛନ୍ତି । ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ସୁବ୍ୟବସ୍ଥିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।






More Stories
ଲୋକଙ୍କ ଇଚ୍ଛାଠାରୁ କେହି ଊର୍ଦ୍ଧ୍ୱରେ ନୁହନ୍ତି…..
ଚାମେଲିଙ୍କ ନାଁରେ ଅନାସ୍ଥା ପ୍ରସ୍ତାବ…..
୩୦ ଯାଏଁ ବର୍ଷୀବ…..