ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦିଲ୍ଲୀରୁ ପଲ୍ଲୀ ସବୁଠି ଗଣତନ୍ତ୍ର ଦିବସର ଉତ୍ସାହ । ଆଜି ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ । ଚାରି ଆଡେ ଫର ଫର ହୋଇ ଉଡୁଛି ଜାତୀୟ ପତାକା ତ୍ରିରଙ୍ଗା । ଆଜି ଦୁନିଆ ଦେଖିବ ଭାରତର ଶକ୍ତି । କର୍ତ୍ତବ୍ୟ ପଥରେ ହେବ ଦମଦାର ଶକ୍ତି ପ୍ରଦର୍ଶନ । ସାମରିକ ଶକ୍ତି, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ବାୟୁସେନାର ଅଭୂତପୂର୍ବ ଫ୍ଲାଇପାଷ୍ଟ ଦେଶର ଗର୍ବ, ପ୍ରଗତି ଓ ଏକତାର ପ୍ରତୀକ ସାଜିବ । ଏଥର ସାଧାରଣତନ୍ତ୍ର ଦିବସରେ ଭାରତ-ୟୁରୋପୀୟ ସଂଘ ସମ୍ପର୍କକୁ ଅଧିକ ମଜବୁତ କରିବା ପାଇଁ ୟୁରୋପୀୟ କମିଶନର ସଭାପତି ଉର୍ସୁଲା ଭନ୍ ଡେର୍ ଲେୟେନ୍ ଏବଂ ୟୁରୋପୀୟ ପରିଷଦର ସଭାପତି ଆଣ୍ଟୋନିଓ କୋଷ୍ଟାଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି । ସକାଳ ୭ଟାରୁ ଦର୍ଶକ ଏବଂ ଅତିଥିମାନଙ୍କ ପାଇଁ ଗେଟ୍ ଖୋଲିବ । କଡ଼ା ସୁରକ୍ଷା ଯାଞ୍ଚ ପରେ ଲୋକଙ୍କୁ କର୍ତ୍ତବ୍ୟ ପଥରେ ନିଜ ନିଜ ଆସନକୁ ଯିବାକୁ ଅନୁମତି ମିଳିବ । ସକାଳ ୯ଟାରୁ ସାଢ଼େ ୯ଟା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ଯୁଦ୍ଧ ସ୍ମାରକୀ ରେ ଶହୀଦମାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦେବେ । ରାଷ୍ଟ୍ରପତି ଭବନରୁ ବାହାରି କର୍ତ୍ତବ୍ୟ ପଥରେ ପହଞ୍ଚିବେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯିବ । ସକାଳ ସାଢ଼େ ୯ଟାରୁ ୧୦ଟା ମଧ୍ୟରେ ରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ୍ ଅନର ।






More Stories
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……
ଆଜି ବଜେଟ୍…..