ରିପୋର୍ଟ କାର୍ଡ / ଭୁବନେଶ୍ୱର
ଧଉଳି ଲିଙ୍ଗିପୁର ମେଳଣ ପଡିଆରୁ ଯୁବତୀଙ୍କ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ପ୍ରେମ ଜନିତ ଘଟଣାକୁ ନେଇ ହତ୍ୟାକାଣ୍ଡ ଘଟିଥିବା ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ ସାମ୍ବାଦିକ ସମ୍ମିଳନୀ ଯୋଗେ ସୂଚନା ଦେଇଛନ୍ତି। ମିଳିଥିବା ସୂଚନାନୁଯାୟୀ, ଯୁବତୀଙ୍କ ଗଳିତ ମୃତଦେହ ମିଳିବାକୁ ନେଇ ଘଟଣାର ତଦନ୍ତ ପ୍ରାୟ ୩ ମାସ ହେବ ଚାଲୁ ରହିଥିଲା। ଜାନୁଆରୀ ୧୦ ତାରିଖରେ ଖଣ୍ଡଗିରି ଥାନାରେ ଯୁବତୀଙ୍କ ନିଖୋଜ ନେଇ ଏତଲା ହୋଇଥିଲା। ଜାନୁଆରୀ ୨୮ରେ ମୃତଦେହ ମିଳିବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା। ମୃତ ଯୁବତୀଙ୍କ ମୋବାଇଲ୍ କଲ୍ ରେକର୍ଡରୁ ସବୁ ପ୍ରମାଣ ମିଳିଥିଲା । ଜଣେ ସିକ୍ୟୁରିଟି ଗାର୍ଡଙ୍କ ସହ ପ୍ରେମ ସମ୍ପର୍କରୁ ଏହି ହତ୍ୟାକାଣ୍ଡ ଘଟିଥିଲା । ଅଭିଯୁକ୍ତ ସିକ୍ୟୁରିଟି ଗାର୍ଡ ହେଲେ ଚନ୍ଦନ ପରିଡା ଓରଫ ମଙ୍ଗୁ । ଯୁବତୀ ଜଣକ ଭୁବନେଶ୍ୱରରେ ସେଲସ ଓମ୍ୟାନ ଭାବେ କାମ କରୁଥିଲେ । ଯୁବତୀଙ୍କ ସହ ଅଭିଯୁକ୍ତର ପୂର୍ବରୁ ସମ୍ପର୍କ ଥିବା ସହ ତାଙ୍କ ଠାରୁ କିଛି ଅର୍ଥ ମଧ୍ୟ ନେଇଥିଲା । ଯୁବତୀଙ୍କୁ ରାସ୍ତାରୁ ହଟାଇବାକୁ ଡାକି ନେଇ ଧଉଳିରେ ହତ୍ୟା କରିଥିଲା । ପୋଲିସ ଅଭିଯୁକ୍ତ ସିକ୍ୟୁରିଟି ଗାର୍ଡକୁ ଗିରଫ କରିଛି । ଅଭିଯୁକ୍ତ ନାଁରେ ପୂର୍ବରୁ ଦୁଷ୍କର୍ମ ଓ ହତ୍ୟା ମାମଲା ରହିଛି । ଅଭିଯୁକ୍ତକୁ ନେଇ ପୋଲିସ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଛି ।
More Stories
ପୁଣି ଲଘୁଚାପ: ଅରେଞ୍ଜ ଓ୍ବାର୍ନିଂ ଜାରି….
ଆଜି ତିନିରଥ ହେବ ଦକ୍ଷିଣ ମୋଡ…..
ଆଜି ହେରାପଞ୍ଚମୀ ନୀତି,ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ…..