Report Card Odisha

| Daily Odia News

ଭୁବନେଶ୍ୱରରେ ଆରମ୍ଭ ହେଲା BSKY ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜିଠୁ ଭୁବନେଶ୍ୱରରେ ଆରମ୍ଭ ହେଲା ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ। ଭୁବନେଶ୍ୱର ମହାନଗର ନିଗମରେ ୧ ଲକ୍ଷ ୫ ଶହ ହିତାଧିକାରୀ ପାଇବେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଏହି କାର୍ଡ ପ୍ରଦାନ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖୋର୍ଦ୍ଧାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଭି ସି ଜରିଆରେ ବଣ୍ଟନ କରାଯାଇଛି। ଭୁବନେଶ୍ୱରର ତିନିଟି ଜୋନରେ ଦିଆଯାଇଛି। ଝାରପଡ଼ା ଦୁର୍ଗା ମଣ୍ଡପ, ଚନ୍ଦ୍ରଶେଖରପୁର କଲ୍ୟାଣମଣ୍ଡପ ଏବଂ କଳିଙ୍ଗ ବିହାରରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟା ଯାଇଛି। ରାସନ୍ କାର୍ଡ ହିତାଧକାରୀମାନେ ଏହି କାର୍ଡ ପାଇଛନ୍ତି। ଏହି କାର୍ଡ ଜରିଆରେ ପରିବାର ସବୁ ସଦସ୍ୟଙ୍କୁ ବର୍ଷକୁ ୫ ଲକ୍ଷ ଓ ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ସହାୟତା ମିଳିବ। ଏହି କାର୍ଡ ଜରିଆରେ କେବଳ ଭୁବନେଶ୍ୱରର ୪୩ ଟି ହସପିଟାଲ ରେ ଚିକିତ୍ସାର ସୁବିଧା ପାଇ ପାରିବେ ହିତାଧିକାରୀ। ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପ ମଧ୍ୟରୁ ଏହା ଗୋଟିଏ। ଆଜି ପ୍ରତୀକ ଭାବରେ ଅଳ୍ପ ଲୋକଙ୍କୁ କାର୍ଡ ବଣ୍ଟନ କରାଯାଇଛି । ତେବେ ଆସନ୍ତାକାଲିଠୁ ପ୍ରତି ୱାର୍ଡରେ କାର୍ଡ ବଣ୍ଟନ ହେବ। ରିଟେଲ ଅଫିସରେ କାର୍ଡ ବିଧାୟକ ଓ ମନ୍ତ୍ରୀଙ୍କ ଉପସ୍ଥିତିରେ କାର୍ଡ ଦିଆଯିବ। ପ୍ରତି ୱାର୍ଡରେ ସେଣ୍ଟର୍ କରାଯାଇଛି ବୋଲି ବିଏମସିର ଅତିରିକ୍ତ କମିସନର ଲକ୍ଷ୍ମୀଧର ସେଠୀ ସୂଚନା ଦେଇଛନ୍ତି। ସାଉଥ୍ ଇଷ୍ଟ ଜୋନରେ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ସାଉଥ୍ ୱେଷ୍ଟରେ କମିସନର ସଞ୍ଜୟ ସିଂ ଏବଂ ଉତ୍ତର ଜୋନରେ ବିଧାୟକ ସୁଶାନ୍ତ ରାଉତ ଉପସ୍ଥିତ ରହି କାର୍ଡ ବାଣ୍ଟିଥିଲେ।

 

Breaking News