ରିପୋର୍ଟ କାର୍ଡ /ପୁରୀ
ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ରଥରେ ବିଜେ କରି ନବଦିନାତ୍ମକ ଯାତ୍ରାରେ ଯିବେ ଚତୁର୍ଦ୍ଧାମୂର୍ତ୍ତି। ଇତିମଧ୍ୟରେ ରଥାରୂଢ଼ ଶ୍ରୀଜିଉଙ୍କ ଛେରାପହଁରା ନୀତିକାନ୍ତି ସମ୍ପନ୍ନ ହୋଇଛି। ଗଜପତି ମହାରାଜ ଦିବ୍ୟସିଂହ ଦେବ ହାତରେ ସୁବର୍ଣ୍ଣ ଖଡିକା ଧରି ୩ ରଥରେ ଛେରାପହଁରା କରିଛନ୍ତି।ବର୍ତ୍ତମାନ ତିନି ରଥରେ ଚାରମାଳ ଫିଟା ହେବା ସହ ଘୋଡା ଏବଂ ସାରଥୀ ବନ୍ଧା ହେଉଛି। ଏହାପରେ ରଥଟଣା ନୀତି ଆରମ୍ଭ ହେବ। ହରିବୋଲ ହୁଳିହୁଳିରେ ସମଗ୍ର ବଡଦାଣ୍ଡର ଗଗନ ପବନ ପ୍ରକମ୍ପିତ ହେଉଛି। ଭକ୍ତ ଶ୍ରୀଜିଉଙ୍କ ରଥ ଟାଣିବା ପାଇଁ ବଡଦାଣ୍ଡରେ ଭିଡ ଜମାଇଛନ୍ତି।






More Stories
ସୁଦର୍ଶନ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ…..
‘ଏସ୍ଓପି’ ନ ମାନିଲେ ଦରମା ବନ୍ଦ…..
ନୂଆପଡାରେ ହୀରା ଖଣି…..