Report Card Odisha

| Daily Odia News

ରୋଷେୟାର ତଣ୍ଟି କାଟିଦେଲା ହେଲପର…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ସୋମବାର ବିଳମ୍ବିତ ରାତିରେ ଏକ ହୋଟେଲ ରୋଷେୟାଙ୍କ ତଣ୍ଟିକାଟି ଦେଇଛି ହେଲପର। ଏଭଳି ଘଟଣା ଦେଖିବାକୁ ମିଳିଛି ପଟିଆ ଷ୍ଟେସନ୍ ରୋଡରେ। ଗୁରୁତର ଆହତ ରୋଷେୟା ଜଣକ ହେଲେ ଆଶିଷ ମହାନ୍ତି । ଉଭୟ ପଟିଆ ଷ୍ଟେସନ ରୋଡରେ ଥିବା ଏକ ହୋଟେଲରେ କାମ କରୁଥିଲେ। ସାମାନ୍ୟ ଯୁକ୍ତିତର୍କକୁ ନେଇ ଏହି ଘଟଣା ଘଟିଛି। ପରେ ଖବର ପାଇ ଚନ୍ଦ୍ରଶେଖରପୁର ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ହେଲପରକୁ ଅଟକ ରଖିବା ସହ ତଦନ୍ତ ଜାରି ରଖିଛି।

Breaking News