Report Card Odisha

| Daily Odia News

ଆସିପାରେ ତୃତୀୟ ଲହରଲ;ଆଇଏମ୍‌ଏ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କରୋନା ମହାମାରୀ ରୂପ ବଦଳାଇ ଓମିକ୍ରନ୍‌ ଭ୍ୟାରିଏଣ୍ଟରେ ହୋଇଛି | ଦେଶବ୍ୟାପୀ ଓମିକ୍ରନ୍‌ ମାମଲା ବଢିଚାଲିଛି । ଅନ୍ୟ ପ୍ରଜାତି ତୁଳନାରେ କୋଭିଡ୍‌ର ଓମିକ୍ରନ୍‌ ପ୍ରଜାତି ଅଧିକ ସଂକ୍ରାମକ। ଯଦି ସଂକ୍ରମଣ ନିୟନ୍ତ୍ରଣ ପାଇଁ ସଠିକ୍‌ ପଦକ୍ଷେପ ଗ୍ରହଣ ନହୁଏ ତେବେ ତୃତୀୟ ଲହର ଆସିଯିବ ବୋଲି ଇଣ୍ଡିଆନ ମେଡିକାଲ ଆସୋସିଏସନ୍‌ ସ୍ପଷ୍ଟ କରିଛି | ଦେଶରେ ଏଯାବତ ୨୩ ଜଣ ଓମିକ୍ରନ୍‌ ପ୍ରଜାତିରେ ଆକ୍ରାନ୍ତ ହୋଇଛନ୍ତି। ଉପଲବ୍ଧ ହୋଇଥିବା ବୈଜ୍ଞାନିକ ପ୍ରମାଣ ଏବଂ ଓମିକ୍ରନ୍‌ ଉତ୍ପତ୍ତି ହୋଇଥିବା ରାଷ୍ଟ୍ରରେ ଥିବା ପ୍ରମାଣକୁ ଆଧାର କଲେ ଏହା ଜଣାପଡ଼ୁଛି ଯେ, ଏହା ଅତ୍ୟନ୍ତ କ୍ଷୀପ୍ର ଗତିରେ ବ୍ୟାପୁଛି ଏବଂ ଅଧିକରୁ ଅଧିକ ଲୋକଙ୍କୁ ଏହା ପ୍ରଭାବିତ କରିବ। ଭାରତ ଏବେ ସ୍ବାଭାବିକ ସ୍ଥିତିକୁ ଆସିଛି। କିନ୍ତୁ ଓମିକ୍ରନ୍‌ ପାଇଁ ଏବେଠାରୁ ସତର୍କ ନହେଲେ ଆଗକୁ ଅତି ବିପଜ୍ଜନକ ସ୍ଥିତି ଉପୁଜିବ। ଏଥିପାଇଁ ଖୁବ୍‌ ଶୀଘ୍ର ଆମକୁ ତୃତୀୟ ଲହର ଦେଖିବାକୁ ପଡ଼ିପାରେ ବୋଲି ଆଇଏମ୍‌ଏ ଅଧିକାରୀମାନେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା ଓମିକ୍ରନ୍‌ ପ୍ରଜାତି ଏବେ ୩୪ରୁ ଅଧିକ ରାଷ୍ଟ୍ରକୁ ବ୍ୟାପି ସାରିଲାଣି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହାକୁ ଏକ ଚିନ୍ତାଜନକ ପ୍ରଜାତି ଭାବେ ଘୋଷଣା କରିଛନ୍ତି। ଦେଶରେ ଓମିକ୍ରନ୍‌ ଚିହ୍ନଟ ହୋଇଥିବା ରାଜ୍ୟମାନଙ୍କରେ କଟକଣା କଡ଼ାକଡ଼ି ହୋଇଛି। କେନ୍ଦ୍ର ସରକାର ମଧ୍ୟ ଗତ ୧ ତାରିଖରୁ ନୂଆ ନିର୍ଦ୍ଦେଶାବଳି କାର୍ଯ୍ୟକାରୀ କରିଛନ୍ତି।

Breaking News